

ଡେରାଡୁନ୍, ୦୬ ନଭେମ୍ବର (ହି.ସ.)। କେନ୍ଦ୍ରୀୟ ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଉତ୍ତରାଖଣ୍ଡ ଗସ୍ତରେ ଡେରାଡୁନ୍ରେ ପହଞ୍ଚିବେ। ରାଜ୍ୟ ପ୍ରତିଷ୍ଠା ଦିବସର ୨୬ତମ ବାର୍ଷିକୀ ଅବସରରେ ଆୟୋଜିତ ସମାରୋହରେ ସେ ଯୋଗଦେବା ସହ ଏକ ଜନସଭାକୁ ସମ୍ବୋଧିତ କରିବେ। ଏହା ବ୍ୟତୀତ ସେ ଉତ୍ତରାଖଣ୍ଡ ପୁଲିସକୁ ରାଷ୍ଟ୍ରପତି ନିଶାନ ପ୍ରଦାନ କରିବେ। ଗୃହମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାଜଧାନୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଶାହ ସକାଳ ପ୍ରାୟ ୧୧ଟା ୫୫ ମିନିଟ୍ରେ ଜଲିଗ୍ରାଣ୍ଟ ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ହେଲିକପ୍ଟର ଯୋଗେ ଦିନ ୧୨ଟା ୧୦ ମିନିଟ୍ରେ ପରେଡ୍ ଗ୍ରାଉଣ୍ଡରେ ପହଞ୍ଚିବେ। ଦିନ ୧୨ଟା ୨୦ ମିନିଟ୍ରୁ ଅପରାହ୍ନ ୧ଟା ୩୫ ମିନିଟ୍ ପର୍ଯ୍ୟନ୍ତ ସେ ରାଜ୍ୟ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବେ। ଏହି ଅବସରରେ ବିଜେପି ପକ୍ଷରୁ ଆୟୋଜିତ ଜନସଭାକୁ ମଧ୍ୟ ସମ୍ବୋଧିତ କରିବେ। ଏହାପରେ ସେ ରିଜର୍ଭ ପୁଲିସ ଲାଇନ୍ରେ ଆୟୋଜିତ ରାଷ୍ଟ୍ରପତି ନିଶାନ ଅଳଙ୍କରଣ ସମାରୋହରେ ଯୋଗଦେବେ ଏବଂ ଉତ୍ତରାଖଣ୍ଡ ପୁଲିସକୁ ଏହି ସମ୍ମାନଜନକ ଉପାଧି ପ୍ରଦାନ କରିବେ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା