ଲେଖକ ଓ ଲେଖିକା ସାମ୍ମୁଖ୍ୟ ଆଲୋଚନା ସଭାରେ ଗଞ୍ଜାମ ଜିଲ୍ଲାରେ ଘଟିଥିବା ବନ୍ୟାରେ ପ୍ରପୀଡ଼ିତ ପାଇଁ ସମବେଦନା ପ୍ରକାଶ
ଗଂଜାମ, 08 ନଭେମ୍ବର (ହି.ସ.)ଘଟିଥିବା ଅର୍ଣ୍ଣବ ବାତ୍ୟାର ଭୟଙ୍କର ପ୍ରଭାବ ଏବଂ ତତ୍ ଜନିତ ବନ୍ୟାର ପ୍ରକୋପରେ ଗଞ୍ଜାମ ଗଜପତି ଜିଲ୍ଲା ସମେତ ଦକ୍ଷିଣ ଓଡ଼ିଶାରେ ପ୍ରବଳ କ୍ଷତି ଘଟିଲା ବିଶେଷ କରି ଗଞ୍ଜାମ ଜିଲ୍ଲାରେ ଏହାର ପ୍ରବଳ କ୍ଷତି ଘଟିଛି ଲକ୍ଷାଧିକ ସାଧାରଣ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ଗୃହ
Qetyuui


ଗଂଜାମ, 08 ନଭେମ୍ବର (ହି.ସ.)ଘଟିଥିବା ଅର୍ଣ୍ଣବ ବାତ୍ୟାର ଭୟଙ୍କର ପ୍ରଭାବ ଏବଂ ତତ୍ ଜନିତ ବନ୍ୟାର ପ୍ରକୋପରେ ଗଞ୍ଜାମ ଗଜପତି ଜିଲ୍ଲା ସମେତ ଦକ୍ଷିଣ ଓଡ଼ିଶାରେ ପ୍ରବଳ କ୍ଷତି ଘଟିଲା ବିଶେଷ କରି ଗଞ୍ଜାମ ଜିଲ୍ଲାରେ ଏହାର ପ୍ରବଳ କ୍ଷତି ଘଟିଛି ଲକ୍ଷାଧିକ ସାଧାରଣ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ଗୃହ ପାଳିତ ଗୋରୁଗାଈ ପଶୁପକ୍ଷୀଙ୍କ ପ୍ରାଣ ହାନି ଘଟିବା ସହ କନ୍ଧମାଳ ଜିଲ୍ଲାର ପ୍ରାଣହାନି ଘଟିଥିବା ଲୋକଙ୍କ ଆତ୍ମାର ସଦଗତି କାମନା କରାଯାଇଥିଲା। କ୍ଷତିଗ୍ରସ୍ତ ଲୋକମାନଙ୍କୁ ସରକାର ଯଥାଶୀଘ୍ର ଯଥୋଚିତ ସହାୟତା ପ୍ରଦାନ କରନ୍ତୁ ବୋଲି ଗଞ୍ଜାମ ଜିଲ୍ଲା ଲେଖକ ସାମ୍ମୁଖ୍ୟ ଓ ଲେଖିକା ସାମ୍ମୁଖ୍ୟ ର ଆଲୋଚନା ସଭା ରେ ମତବ୍ୟକ୍ତ କରାଯାଇଥିଲା।

ଉତ୍କଳ ଆଶ୍ରମ ପାଠାଗାର କକ୍ଷରେ ଅନୁଷ୍ଠିତ ଲେଖକ ସାମ୍ମୁଖ୍ୟ ଓ ଲେଖିକା ସାମ୍ମୁଖ୍ୟର ଆଲୋଚନା ସଭାରେ ଲେଖିକା ସାମ୍ମୁଖ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ବର୍ଣ୍ଣପ୍ରଭା ମିଶ୍ର , ଉପଦେଷ୍ଟା

ଏବଂ ଲେଖକ ସାମ୍ମୁଖ୍ୟ ସଭାପତି ହାଡ଼ିବନ୍ଧୁ ମାଳିଙ୍କ ଯୁଗ୍ମ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଇଂରାଜୀ ବିଭାଗର ପ୍ରାକ୍ତନ ମୁଖ୍ୟ କବି ସାହିତ୍ୟିକ ଶିକ୍ଷାବିତ ପ୍ରଫେସର ଡକ୍ଟର ଇ. ରାଜା ରାଓ, ଉପଦେଷ୍ଟା ଡ଼ . ସୂଚନା ପାଢୀ,ସାଧାରଣ ସମ୍ପାଦକ ଦିନବନ୍ଧୁ ଶ୍ରୀପଲ୍ଲବ ଏବଂ ସମ୍ପାଦିକା ଜ୍ୟୋତ୍ସ୍ନା ରାଣୀ ପ୍ରଧାନ ମଞ୍ଚାସିନ ହୋଇ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ। ପ୍ରାରମ୍ଭରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫୋଟୋ ଚିତ୍ର ସମ୍ମୁଖ ରେ ଧୂପଦୀପ ଅର୍ପଣ କରାଯାଇଥିଲା ଏବଂ କବୟିତ୍ରୀ ଜ୍ୟୋତ୍ସ୍ନା ମୟୀ ପ୍ରଧାନ ଭଜନ ପରିବେଷଣ କରିଥିଲେ। ଏହି ଅବସରରେ ବନ୍ୟାରେ ମୃତାହତ ଙ୍କ ନିରବ ପ୍ରାର୍ଥନା କରାଯାଇ ସମବେଦନା ଜ୍ଞାପନ କରାଯାଇଥିଲା। ଆସନ୍ତା ଡ଼ିସେମ୍ବର ୨୫ ତାରିଖରେ ଉଭୟ ଅନୁଷ୍ଠାନ ର ସ୍ଵନକ୍ଷତ୍ର ଉତ୍ସବ ଅନୁଷ୍ଠିତ ହେବା ବିଷୟ ପ୍ରକାଶ କରି ମୁଖପତ୍ର ଋଷିକୁଲ୍ୟା ଏବଂ ସୃଜନୀ ପାଇଁ ସଭାପତି ହାଡ଼ିବନ୍ଧୁ ମାଳି ଲେଖା ଆହ୍ବାନ କରି ସମସ୍ତ ଙ୍କ ସହଯୋଗ କାମନା କରିଥିଲେ। ସ୍ତମ୍ଭକାର ସତ୍ୟ ନାରାୟଣ ପାଣିଗ୍ରାହୀ ତାଙ୍କର ରଚିତ ରଘୁନାଥ ବିଳାସ ସମ୍ପର୍କରେ ଆଲୋଚନା କରି କବିତା ଆବୃତ୍ତି କରିଥିଲେ। ମୁଖ୍ୟ ଅତିଥି ଡ. ରାଜା ରାଓ ସାହିତ୍ୟ ସମ୍ପର୍କରେ ଆଲୋଚନା କରି ଚଳିତ ବର୍ଷ ସାହିତ୍ୟ ରେ ନୋବେଲ ପୁରସ୍କାର ପାଇଥିବା ଶ୍ରୀମତୀ ଆନିକାଷ୍ଟ ଙ୍କ ରଚନା ସମ୍ପର୍କରେ ଆଲୋଚନା କରିଥିଲେ। କବୟିତ୍ରୀ ଜ୍ୟୋତ୍ସ୍ନା ମୟୀ ପ୍ରଧାନ ଙ୍କ ସଂଯୋଜନା ଅନୁଷ୍ଠିତ ଏହି ସାହିତ୍ୟ ଆସରରେ ଡ. ବିଜୟ ଚନ୍ଦ୍ର ମହାରଣା, ବଂଶୀଧର ସେଠୀ, ଶ୍ରୀମତୀ ଅମିତା ଦାଶ, ଜ୍ୟୋତ୍ସ୍ନା ରାଣୀ ଦେବୀ, ଡ ସନ୍ତୋଷ କୁମାର ଦାଶ, ଡ ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି ହାରିତସ, ମୋହନ କୁମାର ସ୍ବାଇଁ, ଗିରିଜା ଶଙ୍କର ଦାଶ, ରବିନ୍ଦ୍ର କୁମାର ନାୟକ ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ। ବଂଶୀଧର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande