ପବିତ୍ର ଅଁଳା ନବମୀ ଉପଲକ୍ଷେ ଦେବନୀତି ନିର୍ଘଣ୍ଟ।
ପବିତ୍ର ଅଁଳା ନବମୀ ଉପଲକ୍ଷେ ଦେବନୀତି ନିର୍ଘଣ୍ଟ। ପୁରୀ, 08 ନଭେମ୍ବର (ହି.ସ.)- ଶ୍ରୀ ଶ୍ରୀ ସାକ୍ଷୀ ଗୋପାଳ ମନ୍ଦିର ରେ ଚଳିତ ମାସ ୧୮ ତାରିଖରେ ଅନୁଷ୍ଠିତ ହେବ ପ୍ରସିଦ୍ଧ ଅଁଳା ନବମୀ ଓ ରାଧା ପାଦ ଦର୍ଶନ।ଶ୍ରୀ ଶ୍ରୀ ସାକ୍ଷୀ ଗୋପାଳ ସେବାୟତ ସଂଘ ପକ୍ଷରୁ ଏଥିପାଇଁ ଦେବ ନୀତି ନିର୍ଘଣ୍ଟ ହୋଇଛି।
ପବିତ୍ର ଅଁଳା ନବମୀ ଉପଲକ୍ଷେ ଦେବନୀତି ନିର୍ଘଣ୍ଟ।


ପବିତ୍ର ଅଁଳା ନବମୀ ଉପଲକ୍ଷେ ଦେବନୀତି ନିର୍ଘଣ୍ଟ।

ପୁରୀ, 08 ନଭେମ୍ବର (ହି.ସ.)- ଶ୍ରୀ ଶ୍ରୀ ସାକ୍ଷୀ ଗୋପାଳ ମନ୍ଦିର ରେ ଚଳିତ ମାସ ୧୮ ତାରିଖରେ ଅନୁଷ୍ଠିତ ହେବ ପ୍ରସିଦ୍ଧ ଅଁଳା ନବମୀ ଓ ରାଧା ପାଦ ଦର୍ଶନ।ଶ୍ରୀ ଶ୍ରୀ ସାକ୍ଷୀ ଗୋପାଳ ସେବାୟତ ସଂଘ ପକ୍ଷରୁ ଏଥିପାଇଁ ଦେବ ନୀତି ନିର୍ଘଣ୍ଟ ହୋଇଛି।ଗତକାଲି ଅପରାହ୍ନରେ ପଞ୍ଚସଖା ସ୍ମୃତି ଭବନ ଠାରେ ଅନୁଷ୍ଠିତ ଦ୍ବିତୀୟ ସମନ୍ୱୟ ବୈଠକରେ ଏହାକୁ ସେବାୟତ ସଂଘ ପକ୍ଷରୁ ସାର୍ବଜନୀନ କରାଯାଇଥିଲା।ଅଁଳା ନବମୀ ନଭେମ୍ବର ୧୮ ତାରିଖ ବୁଧବାର ଦିନ ଅନୁଷ୍ଠିତ ହେବ।ଦ୍ଵାରଫିଟା ପୂର୍ବରାତ୍ର ୧ ଘଟିକା,ମଙ୍ଗଳ ଆଳତୀ ପୂର୍ବରାତ୍ର ୧.୩୦ ମିନିଟ, ବେଶ,ମଇଲମ,ମର୍ଦ୍ଦନ ଅବକାଶ, ନଟବର ବେଶ ରାତ୍ର ୧.୩୦ ମିନିଟ ରୁ ୩ ଘଟିକା, ସୂର୍ଯ୍ୟ ପୂଜା, ଦ୍ଵାରପାଳ ପୂଜା ବଲ୍ଲଭ,ସକାଳ ଧୂପ, ବାଳଧୂପ ଓ ମଦନ ମୋହନ ଭୋଗ ରାତ୍ର ୩ ରୁ ୫ ଘଟିକା, ସେବାୟତ ଓ କର୍ମଚାରୀ ପରିବାର ଦର୍ଶନ ଭୋର ୫ ଟାରୁ ୬ ଘଟିକା, ସାହାଣ ମେଲା ଓ ସର୍ବସାଧାରଣ ଦର୍ଶନ ସକାଳ ୬ ଘଟିକା ରୁ ଅପରାହ୍ନ ୫ ଘଟିକା,ପାଳିଆ ସେବାୟତ ପରିବର୍ତ୍ତନ ଦର୍ଶନ ବନ୍ଦ ଅପରାହ୍ନ ୫ ଘଟିକା ରୁ ୫.୩୦ ମିନିଟ,ସାହାଣମେଲା ସର୍ବସାଧାରଣ ଦର୍ଶନ ଅପରାହ୍ନ ୫.୩୦ ମିନିଟ ରୁ ରାତ୍ର ୧୧.୩୦ ମିନିଟ,ମନ୍ଦିର କର୍ମଚାରୀ ଓ ସେବାୟତ ଦର୍ଶନ ରାତ୍ର ୧୧.୩୦ ମିନିଟ ଠାରୁ ରାତ୍ର ୧୨ ଘଟିକା ପରବର୍ତ୍ତୀ ଦେବନୀତି ଆରମ୍ଭ ଓ ପହୁଡ଼ ଅନୁଷ୍ଠିତ ହେବ।ସେହିପରି ନଭେମ୍ବର ୨୧ ତାରିଖ ପବିତ୍ର ବଡ ଏକାଦଶୀ ପାଇଁ ଦ୍ବାର ଫିଟା ପୂର୍ବ ରାତ୍ର ୨ ଘଟିକା ରୁ,ମଙ୍ଗଳ ଆଳତୀ ପୂର୍ବ ରାତ୍ର ୨.୩୦ ମିନିଟ,ବେଶ,ମଇଲମ, ମର୍ଦ୍ଦନ ଅବକାଶ ରାତ୍ର ୨.୩୦ ଘଟିକାରୁ ୩ ଘଟିକା,ଲକ୍ଷ୍ମୀ ନାରାୟଣ ବେଶ ପୂର୍ବ ରାତ୍ର ୩ ଘଟିକାରୁ ରାତ୍ର ୪ ଘଟିକା, ସୂର୍ଯ୍ୟ ପୂଜା, ଦ୍ଵାରପାଳ ପୂଜା ବଲ୍ଲଭ ,ସକାଳ ଧୂପ, ବାଳ ଧୂପ ଓ ମଦନ ମୋହନ ଭୋଗ ପ୍ରାତଃ ୪ ଘଟିକା ରୁ ୬ ଘଟିକା ,ସେବାୟତ ପରିବାର ଓ ମନ୍ଦିର କର୍ମଚାରୀ ଦର୍ଶନ ସକାଳ ୬.୩୦ ମିନିଟ, ସାହାଣ ମେଲା ସର୍ବସାଧାରଣ ଦର୍ଶନ ସକାଳ ୬.୩୦ ମିନିଟ ରୁ ଅପରାହ୍ନ ୫ ଘଟିକା,ପାଳିଆ ସେବାୟତ ପରିବର୍ତ୍ତନ ଦର୍ଶନ ବନ୍ଦ ଅପରାହ୍ନ ୫ ଟାରୁ ୬ ଘଟିକା, ସାହାଣମେଲା ଓ ସର୍ବସାଧାରଣ ଦର୍ଶନ ଅପରାହ୍ନ ୬ ଘଟିକା ରୁ ରାତ୍ର ୧୧.୩୦ ମିନିଟ ପରବର୍ତ୍ତୀ ଦେବନୀତି ଆରମ୍ଭ ଓ ପହୁଡ଼ ଅନୁଷ୍ଠିତ ହେବ ବୋଲି ସେବାୟତ ସଂଘ ର ସଭାପତି ଗଦାଧର ମହାପାତ୍ର ଓ ସଂପାଦକ ଉମେଶ ଚନ୍ଦ୍ର ନନ୍ଦ ଅବଗତ କରାଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande