
ଭୁବନେଶ୍ୱର, ୮ ନଭେମ୍ବର (ହି.ସ.)। ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ଆସନ୍ତାକାଲି (ସୋମବାର) ବୈଜ୍ଞାନିକ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ ଉତ୍ସବ ଆୟୋଜିତ ହେବ। ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ପୂର୍ବାହ୍ନ ୧୧ଟା ୩୦ ମିନିଟ୍ରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ।
ଏହି ଉତ୍ସବରେ ବିଜ୍ଞାନ କ୍ଷେତ୍ରରେ ଅବଦାନ ରଖିଥିବା ବୈଜ୍ଞାନିକମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ବିଭିନ୍ନ ପୁରସ୍କାର ପ୍ରଦାନ କରାଯିବ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ