
ଭୁବନେଶ୍ୱର, 08 ନଭେମ୍ବର (ହି.ସ.)- ଲାଲକୃଷ୍ଣ ଆଡଭାନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି
ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି ସେ କହିଛନ୍ତି
ଯେ, ଭାରତୀୟ ଜନତା ପାର୍ଟି ପରିବାରର ଅଭିଭାବକ
ତଥା ମୋ’ ଭଳି କୋଟି କୋଟି କାର୍ଯ୍ୟକର୍ତ୍ତାଙ୍କ ମାର୍ଗଦର୍ଶକ, ଆଦରଣୀୟ ଶ୍ରୀ
ଲାଲକୃଷ୍ଣ ଆଡଭାଣୀ ଜୀଙ୍କୁ ଜନ୍ମଦିନର ଅସରନ୍ତି ଶୁଭେଚ୍ଛା ଓ ଅଭିନନ୍ଦନ।
ସେ କହିଛନ୍ତି ଯେ, ରାଷ୍ଟ୍ର ପ୍ରତି ତାଙ୍କର ସମର୍ପଣ, ନିଜ ଆଦର୍ଶ ପ୍ରତି
ଅଟଳ ପ୍ରତିବଦ୍ଧତା ଏବଂ ସଂଗଠନର ବିସ୍ତାରରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ।
ରାଷ୍ଟ୍ରସେବା ପ୍ରତି ସମର୍ପଣ ଭାବ, ବିଚାରଧାରା ପ୍ରତି ଦୃଢ଼ତା ଏବଂ ସଂଗଠନ ନିର୍ମାଣରେ ତାଙ୍କର ଅତୁଳନୀୟ
ଅବଦାନ ଆମ ସମସ୍ତଙ୍କ ପାଇଁ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ
ନିକଟରେ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ କାମନା କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା