ଲାଲକୃଷ୍ଣ ଆଡ଼ଭାନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଓଡ଼ିଶା ରାଜ୍ୟପାଳ
ଭୁବନେଶ୍ୱର, ୦୮ ନଭେମ୍ବର (ହି.ସ.)। ଓଡ଼ିଶାର ରାଜ୍ୟପାଳ ବ୍ରଜମୋହନ ରାମ ରବିବାର ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡ଼ଭାନୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ରାଜ୍ୟପାଳ ସୋସିଆଲ ମିଡିଆରେ ନିଜର ଶୁଭେଚ୍ଛା ବାର୍ତ୍ତ
ଆଡଭାନୀ


ଭୁବନେଶ୍ୱର, ୦୮ ନଭେମ୍ବର (ହି.ସ.)। ଓଡ଼ିଶାର ରାଜ୍ୟପାଳ ବ୍ରଜମୋହନ ରାମ ରବିବାର

ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡ଼ଭାନୀଙ୍କୁ ଜନ୍ମଦିନର

ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି।

ରାଜ୍ୟପାଳ ସୋସିଆଲ ମିଡିଆରେ

ନିଜର ଶୁଭେଚ୍ଛା ବାର୍ତ୍ତାରେ ଆଡ଼ଭାନୀଙ୍କ ଉତ୍ତମ ସ୍ୱାସ୍ଥ୍ୟ, ସୁଖ ଓ ଦୀର୍ଘାୟୁ କାମନା କରିଛନ୍ତି। ଏଥିସହ ମହାପ୍ରଭୁ

ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ସୁସ୍ଥ ଓ ସୁଖମୟ ଜୀବନ ପାଇଁ ଆଶୀର୍ବାଦ ଭିକ୍ଷା କରିଛନ୍ତି।

ରାଜ୍ୟପାଳ ନିଜ ବାର୍ତ୍ତାରେ

କହିଛନ୍ତି,

“ପୂର୍ବତନ ଉପପ୍ରଧାନମନ୍ତ୍ରୀ ଶ୍ରୀ

ଲାଲକୃଷ୍ଣ ଆଡ଼ଭାନୀ ଜୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ

ଦିବ୍ୟ କୃପାରୁ ତାଙ୍କୁ ଉତ୍ତମ ସ୍ୱାସ୍ଥ୍ୟ, ସୁଖ ପ୍ରାପ୍ତ ହେବା ସହ ସେ

ଦୀର୍ଘାୟୁ ହୁଅନ୍ତୁ ।”

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande