
ଭୁବନେଶ୍ୱର, ୦୮ ନଭେମ୍ବର (ହି.ସ.)। ପବିତ୍ର ଦୀପାବଳି ଅବସରରେ ଓଡ଼ିଶାର
ରାଜ୍ୟପାଳ ବ୍ରଜମୋହନ ରାମ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି।
ରାଜ୍ୟପାଳ ସୋସିଆଲ ମିଡିଆରେ
ଏକ ଶୁଭେଚ୍ଛା ବାର୍ତ୍ତା ଜାରି କରି ସମସ୍ତ ଭାଇଭଉଣୀ ତଥା ରାଜ୍ୟବାସୀଙ୍କୁ ଆଲୋକର ଏହି
ମହାପର୍ବର ଶୁଭକାମନା ଜଣାଇଛନ୍ତି।
ସେ କହିଛନ୍ତି ଯେ, ଏହି ପବିତ୍ର ଉତ୍ସବ ସମସ୍ତଙ୍କ ଜୀବନରୁ ଅନ୍ଧକାର ଦୂର କରି ନୂତନ ଆଶା, ଉତ୍ସାହ, ଶାନ୍ତି ଓ ପ୍ରଗତିର ସଞ୍ଚାର କରୁ। ଦୀପାବଳିର ଆଲୋକ ସମସ୍ତଙ୍କ ଜୀବନକୁ ଆନନ୍ଦମୟ କରିବା ସହ
ସମାଜରେ ସକାରାତ୍ମକତା ଓ ସମୃଦ୍ଧି ଆଣିଦେଉ ବୋଲି ସେ କାମନା କରିଛନ୍ତି। ରାଜ୍ୟପାଳ ସମସ୍ତଙ୍କୁ ଶୁଭ ଦୀପାବଳିର ଶୁଭେଚ୍ଛା
ଜଣାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା