
ଭୁବନେଶ୍ୱର, 08 ନଭେମ୍ବର (ହି.ସ.)- ଲାଲକୃଷ୍ଣ ଆଡଭାନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି
କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଏହି ଅବସରରେ ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି ସେ
କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ପରିବାରର ବରିଷ୍ଠ ସଦସ୍ୟ, ଅସଂଖ୍ୟ
କାର୍ଯ୍ୟକର୍ତ୍ତାଙ୍କ ଆଦର୍ଶ,
ଆମର ମାର୍ଗଦର୍ଶକ
ତଥା ପ୍ରେରଣାର ଉତ୍ସ, ପୂର୍ବତନ ଉପପ୍ରଧାନମନ୍ତ୍ରୀ
ଓ ‘ଭାରତ ରତ୍ନ’ ସମ୍ମାନରେ ସମ୍ମାନିତ ଆଦରଣୀୟ ଶ୍ରୀ ଲାଲକୃଷ୍ଣ ଆଡଭାଣୀ ଜୀ ଆଜି ୯୯ ବର୍ଷ ପୂରଣ
କରି ୧୦୦ତମ ବର୍ଷରେ ପଦାର୍ପଣ କରୁଛନ୍ତି। ତାଙ୍କୁ ଜନ୍ମଦିନର ହାର୍ଦ୍ଦିକ ଅଭିନନ୍ଦନ ଓ ଅସରନ୍ତି
ଶୁଭେଚ୍ଛା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା