
ଭୁବନେଶ୍ୱର, ୦୮ ନଭେମ୍ବର (ହି.ସ.)। ଭାରତୀୟ ଜନତା ପାର୍ଟିର ବରିଷ୍ଠ ମାର୍ଗଦର୍ଶକ
ତଥା ଭାରତ ରତ୍ନ ସମ୍ମାନରେ ସମ୍ମାନିତ ଲାଲକୃଷ୍ଣ ଆଡ଼ଭାନୀଙ୍କ ଜନ୍ମଦିନ ଅବସରରେ ଓଡ଼ିଶାର
ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ତାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା
ଜଣାଇଛନ୍ତି।
ସୋସିଆଲ ମିଡିଆରେ ଏକ
ଶୁଭେଚ୍ଛା ବାର୍ତ୍ତା ଜାରି କରି ଶ୍ରୀ ସିଂହଦେଓ କହିଛନ୍ତି ଯେ, ଆଡ଼ଭାନୀ ଜୀ ୯୯ ବର୍ଷ ବୟସରେ ପଦାର୍ପଣ କରି ୧୦୦ତମ ବର୍ଷରେ ପ୍ରବେଶ
କରୁଥିବା ଏହି ଶୁଭ ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ସୁସ୍ଥ, ନିରାମୟ ଓ ଦୀର୍ଘ ଜୀବନ କାମନା କରୁଛନ୍ତି।
ସେ ଆହୁରି କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟିର ମାର୍ଗଦର୍ଶକ, ନୀତି ଓ ଆଦର୍ଶର ପ୍ରତୀକ ଭାବେ ଆଡ଼ଭାନୀଙ୍କ ଅବଦାନ ଅତୁଳନୀୟ।
ତାଙ୍କର ଦୂରଦୃଷ୍ଟିସମ୍ପନ୍ନ ଚିନ୍ତାଧାରା, ସିଦ୍ଧାନ୍ତ ପ୍ରତି ନିଷ୍ଠା ଓ ଦୃଢ଼ ନେତୃତ୍ୱ ଦେଶର ଗଣତାନ୍ତ୍ରିକ
ବ୍ୟବସ୍ଥାକୁ ସୁଦୃଢ଼ କରିଛି।
ଭାରତର ବିକାଶ ଓ ପ୍ରଗତି
ପ୍ରତି ତାଙ୍କର ଅତୁଟ ପ୍ରତିବଦ୍ଧତା ସମସ୍ତଙ୍କୁ ପ୍ରେରଣା ଯୋଗାଇ ଆସୁଛି। ତାଙ୍କର ମାର୍ଗଦର୍ଶନ
ଆଗାମୀ ଦିନରେ ମଧ୍ୟ ଦେଶସେବା ପାଇଁ ପ୍ରେରିତ କରୁଥିବ ବୋଲି ଉପମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ
କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା