
ଭୁବନେଶ୍ୱର, 08 ନଭେମ୍ବର (ହି.ସ.)- ଲାଲକୃଷ୍ଣ ଆଡଭାନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି
ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି
ଯେ, ଭାରତୀୟ ରାଜନୀତିର ପୁରୋଧା, ଦୂରଦୃଷ୍ଟିସମ୍ପନ୍ନ ନେତା ତଥା ଦେଶର ସର୍ବୋଚ୍ଚ ସମ୍ମାନ ‘ଭାରତ
ରତ୍ନ’ରେ ବିଭୂଷିତ ଶ୍ରୀ ଲାଲକୃଷ୍ଣ ଆଡଭାନୀ ଜୀଙ୍କୁ ଜନ୍ମଦିନ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ
ଅଭିନନ୍ଦନ ଜଣାଉଛି।
ସେ କହିଛନ୍ତି ଯେ, ନିଷ୍ଠାପର ଜନସେବା ମାଧ୍ୟମରେ ସେ ଦେଶ ଗଠନ ଏବଂ
ସାଙ୍ଗଠନିକ ମୂଲ୍ୟବୋଧକୁ ଯେପରି ଭାବରେ ଦୃଢ଼ କରିଛନ୍ତି, ତାହା ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। ଆଜି ସେ ୯୯
ବର୍ଷ ବୟସ ପୂର୍ଣ୍ଣ କରି ୧୦୦ତମ ବର୍ଷରେ ପଦାର୍ପଣ କରୁଥିବାବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ
ନିକଟରେ ତାଙ୍କର ସୁସ୍ଥ, ନିରାମୟ ଏବଂ ଦୀର୍ଘ
ଜୀବନ କାମନା କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା