
ଭୁବନେଶ୍ୱର, 08 ନଭେମ୍ବର (ହି.ସ.)- ରାଜ୍ୟବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି
ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି
ଯେ, ପ୍ରଗତି ଓ ସମୃଦ୍ଧିର ମହାନ ପର୍ବ ପବିତ୍ର ଦୀପାବଳି ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ
ଶୁଭେଚ୍ଛା ଓ ଶୁଭକାମନା।
ଆଲୋକର ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରୁ ଅଜ୍ଞାନ ଓ ଅନ୍ଧକାର
ଦୂର କରି ସୁଖ, ଶାନ୍ତି, ସମୃଦ୍ଧି ଓ ନୂତନ
ଆଶାର ଆଲୋକରେ ପ୍ରତ୍ୟେକଙ୍କ ଜୀବନକୁ ଆଲୋକିତ କରୁ ଏତିକି କାମନା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା