
ଭୁବନେଶ୍ୱର, 08 ନଭେମ୍ବର (ହି.ସ.)- ପବିତ୍ର କାଳୀ ପୂଜାର ଶୁଭେଚ୍ଛା ଜଣାଇଛନ୍ତି
ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି
ମନ୍ତ୍ରୀ କହିଛନ୍ତି ଯେ, ପବିତ୍ର କାଳୀ ପୂଜା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ
ଶୁଭକାମନା। ଅଧର୍ମ ଓ ଅନ୍ୟାୟ ଉପରେ ଧର୍ମ ଏବଂ ସତ୍ୟର ବିଜୟର ପ୍ରତୀକ ମା' ମହାକାଳୀ ସମସ୍ତଙ୍କ
ଜୀବନରୁ ଅଜ୍ଞାନତା ଓ ଅନ୍ଧକାର ରୂପକ ବିପଦକୁ ଦୂର କରନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା