
ଭୁବନେଶ୍ୱର, 08 ନଭେମ୍ବର (ହି.ସ.): ବିଶ୍ୱପ୍ରସିଦ୍ଧ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ
ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାନୀଙ୍କ ୯୯ତମ ଜନ୍ମଦିନ
ଅବସରରେ ପୁରୀ ବେଳାଭୂମିରେ ଏକ ସ୍ୱତନ୍ତ୍ର ବାଲୁକାକଳା ନିର୍ମାଣ କରି ତାଙ୍କୁ ଜନ୍ମଦିନର
ଶୁଭେଚ୍ଛା ଜଣାଇଛନ୍ତି।
ଏହି ବାଲୁକାକଳାର ଫଟୋ ସୋସିଆଲ ମିଡିଆ ଏକ୍ସରେ ସେୟାର କରି ପଟ୍ଟନାୟକ
ଆଡ଼ଭାନୀଙ୍କ ସୁସ୍ଥତା, ଶାନ୍ତି ଓ ସୁଖମୟ
ଜୀବନ କାମନା କରିଛନ୍ତି।
ସେ ଲେଖିଛନ୍ତି, “ଭାରତ ରତ୍ନ ଶ୍ରୀ ଲାଲକୃଷ୍ଣ ଆଡ଼ଭାନୀ ଜୀଙ୍କ ୯୯ତମ ଜନ୍ମଦିନ ଅବସରରେ
ଓଡ଼ିଶାର ପୁରୀ ବେଳାଭୂମିରେ ଆମର ଏହି ବାଲୁକାକଳା ମାଧ୍ୟମରେ ହାର୍ଦ୍ଦିକ ଜନ୍ମଦିନ ଶୁଭେଚ୍ଛା ଓ
ସମ୍ମାନ ଜଣାଉଛୁ। ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ ଉତ୍ତମ ସ୍ୱାସ୍ଥ୍ୟ, ଶାନ୍ତି ଓ ସୁଖ
ପ୍ରଦାନ କରନ୍ତୁ।”
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା