
ଭୁବନେଶ୍ୱର, 08 ନଭେମ୍ବର (ହି.ସ.)- ଲାଲକୃଷ୍ଣ ଆଡଭାନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି
ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଏନେଇ ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି
କରି ସେ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟିର ମାର୍ଗଦର୍ଶକ, ବରିଷ୍ଠ ନେତା, ପୂର୍ବତନ
ଉପ-ପ୍ରଧାନମନ୍ତ୍ରୀ ତଥା 'ଭାରତ ରତ୍ନ'ରେ ସମ୍ମାନିତ
ଆଦରଣୀୟ ଶ୍ରୀ ଲାଲକୃଷ୍ଣ ଆଡଭାନୀ ଜୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।
ଦେଶ ଓ ସଂଗଠନ ପାଇଁ ଆପଣଙ୍କର ଦୀର୍ଘକାଳୀନ ସମର୍ପଣ, ସାଂଗଠନିକ ଦକ୍ଷତା
ଏବଂ ମାର୍ଗଦର୍ଶନ ସର୍ବଦା ଆମ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ
ନିକଟରେ ଆପଣଙ୍କର ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘାୟୁ ଏବଂ ନିରାମୟ ଜୀବନ କାମନା କରିବା ସହ ଆପଣଙ୍କର ଅଶେଷ
ଆଶୀର୍ବାଦ ଏଭଳି ଭାବେ ଆମ ସମସ୍ତଙ୍କ ଉପରେ ରହିଥାଉ, ଏହାହିଁ ପ୍ରାର୍ଥନା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା