
ଭୁବନେଶ୍ୱର, 08 ନଭେମ୍ବର (ହି.ସ.)- ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ
ସୂର୍ଯ୍ୟବଂଶୀ ସୂରଜ । ଏହି ଅବସରରେ ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି ସେ କହିଛନ୍ତି
ଯେ, ଆଲୋକର ପର୍ବ, ଆନନ୍ଦ ଓ ଉଲ୍ଲାସର
ମହାନ ପର୍ବ ପବିତ୍ର ଦୀପାବଳି ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ
ଅଭିନନ୍ଦନ। ଏହି ଦୀପାବଳି ଆପଣମାନଙ୍କ ଜୀବନକୁ
ଅଜସ୍ର ଖୁସି, ସମୃଦ୍ଧି, ସୁସ୍ଥତା ଏବଂ ନୂତନ
ଆଲୋକରେ ଭରିଦେଉ—ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଏତିକି ପ୍ରାର୍ଥନା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା