
Odisha, 23 ଫେବ୍ରୁଆରି (ହି.ସ.)
*୨ ବାଇକ ମଧ୍ୟରେ ମୁହମୁହିଁ ଧକ୍କାରେ ଜଣେ ମୃତ*
ନୂଆପଡ଼ା,୨୩ ଫେବୃଆରୀ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଖଡ଼ିଆଳ ସିନାପାଲି ରାସ୍ତା କିରିକିଟା କଦଳୀ ବଗିଚା ଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କାରେ ଖଡ଼ିଆଳ ଥାନା ଡୁଆଝର ଗ୍ରାମର ପିତାମ୍ବର ମେହେରଙ୍କର ଆଜି ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଯାଇଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଭୀମାଖୋଲ ଗ୍ରାମର ଭିକାରୀ ମାଝି (୩୧) ଗୁରୁତର ଆଘାତ ହୋଇ ରାୟପୁର ଠାରେ ଚିକିତ୍ସିତ ହେଉଛନ୍ତି। ପୁଲିସ ପକ୍ଷରୁ ଉଭୟ ବାଇକ ଓଡ଼ି ୨୬ ଡି ୬୬୬୪ ଓ ଓଡ଼ି ୩ ଏ ଇ ୪୯୮୯ ଜବତ କରି ଅଧିକ ତଦନ୍ତ କରୁଥିବା କରୁଥିବା ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଏସ ଆଇ ଅଶୋକ ବିହାରୀ ପ୍ରକାଶ କରିଛନ୍ତି। ଉଭୟ ପରିବାର ଗୋଟିଏ ଗରିବ ପରିବାର ହୋଇଥିବାରୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ