
ଭୁବନେଶ୍ୱର, 28 ଫେବ୍ରୁଆରି (ହି.ସ.)ସାରା ଦେଶ ଦେଖିବ ଦକ୍ଷତାର
ମହାକୁମ୍ଭ I ରାଜଧାନୀରେ ଦକ୍ଷତାର
ମହାକୁମ୍ଭ ଅୟୋଜିତ ହୋଇଥିବା ବେଳେ, ପୂର୍ବ ଭାରତ ରାଜ୍ୟ ଗୁଡ଼ିକର
ଯୁବକ ମାନେ ଓଡ଼ିଶା ମାଟିରେ ଦେଖାଇବେ ନିଜର ଦକ୍ଷତା ଧୂମଧାମ ହେଲା ଉଦଘାଟନ I ଆଜିଠାରୁ 4 ଦିନ ପର୍ଯ୍ୟନ୍ତ
ଚାଲୁଥିବା ବେଳେ 5 ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ
ଅଞ୍ଚଳରୁ ଭାଗନେଇଛନ୍ତି 230 ଜଣ ବଛାବଛା ପ୍ରତିଯୋଗୀ I
ଗତକାଲି ଉଦଘାଟନୀ ଉତ୍ସବରେ
ମନ୍ତ୍ରୀ ଗୋକୁଳାନନ୍ଦ ମାଲିକ ଯୋଗ ଦେଇଥିବା ବେଳେ ଆଜି ସ୍କିଲ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ୍
ପରିସରରେ 37 ପ୍ରକାରର ଦକ୍ଷତାକୁ ନେଇ ବିଭିନ୍ନ ବର୍ଗରେ ପିଲାଙ୍କ ଭିତରେ ଚାଲିଛି ଜୋରଦାର୍
ପ୍ରତିଯୋଗୀତା I ଫ୍ୟାଶନ ଡିଜାଇନ୍ ,
ଜୁଏଲାରୀ ,ସ୍ୱାସ୍ଥ୍ୟ ଏବଂ ସାମାଜିକ ଯତ୍ନ ପାଖରୁ ଥ୍ରୀଡି
ଡିଜିଟାଲ ଗେମ୍ ଆର୍ଟ , ବିୟୁଟି ଥେରାପି, ପ୍ଲମ୍ବିଂ,
ପେଣ୍ଟିଂ ଆଣ୍ଡ ଡେକୋରେଟିଂ ,ଅଟୋନୋମସ ମୋବାଇଲ
ରୋବଟରେ ଚାଲିଛି ଜୋରଦାର ପ୍ରତିଯୋଗୀତା I
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା