ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଝରାପାଲ୍ଲୀ ଓ ପଦ୍ମଗିରି ଗ୍ରାମପଞ୍ଚାୟତର ବିଭିନ୍ନ ସ୍କୁଲ ପରିଦର୍ଶନ
ମାଲକାନଗିରି, ୨୮ ଫେବୃଆରୀ (ହି.ସ.)- ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ବିଭିନ୍ନ ସ୍କୁଲକୁ ଅଚାନକ ପରିଦର୍ଶନ କରିଛନ୍ତି। ଆଜି ଶନିବାର ସକାଳୁଆ ସ୍କୁଲ ହୋଇଥିବାରୁ ଜିଲ୍ଲା ଶିକ୍ଷା ଅଧିକାରୀ ମାଲକାନଗିରି ଜିଲ୍ଲାର ଝରାପା
ଜିଲ୍ଲା ଶିକ୍ଷା ଅଧିକାରୀ ମାଲକାନଗିରିଙ୍କ ହଠାତ୍ ଝରାପାଲ୍ଲୀ ଓ ପଦ୍ମଗିରି ଗ୍ରାମପଞ୍ଚାୟତର ବିଭିନ୍ନ ସ୍କୁଲ ପରିଦର୍ଶନ


ମାଲକାନଗିରି, ୨୮ ଫେବୃଆରୀ (ହି.ସ.)- ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ବିଭିନ୍ନ ସ୍କୁଲକୁ ଅଚାନକ ପରିଦର୍ଶନ କରିଛନ୍ତି। ଆଜି ଶନିବାର ସକାଳୁଆ ସ୍କୁଲ ହୋଇଥିବାରୁ ଜିଲ୍ଲା ଶିକ୍ଷା ଅଧିକାରୀ ମାଲକାନଗିରି ଜିଲ୍ଲାର ଝରାପାଲ୍ଲୀ ଏବଂ ପଦ୍ମଗିରି ଗ୍ରାମ ପଞ୍ଚାୟତର ବିଭିନ୍ନ ସ୍କୁଲକୁ ସ୍କୁଲ ଟାଇମିଙ୍ଗ, ଏକାଡେମିକ କ୍ଲାସ, ମଧ୍ୟାହ୍ନ ଭୋଜନ ଏବଂ ସମଗ୍ର ଶିକ୍ଷାର ଅନ୍ୟାନ୍ୟ ସମ୍ପର୍କିତ କାର୍ଯ୍ୟକଳାପ ସମ୍ପର୍କରେ ଅବଗତ ହେବା ନିମନ୍ତେ ଅଚାନକ ପରିଦର୍ଶନ କରିଛନ୍ତି। ପ୍ରାଥମିକ ସ୍କୁଲ ଝରାପାଲ୍ଲୀ, ତଳସାହି ପଦ୍ମଗିରି ଓ ସରକାରୀ ପ୍ରାଥମିକ ସ୍କୁଲ ପଦ୍ମଗିରି ବ୍ୟବସ୍ଥାରେ ସନ୍ତୋଷ ବ୍ୟକ୍ତ କରିଥିଲା ବେଳେ ସରକାରୀ ପ୍ରାଥମିକ ସ୍କୁଲ ଏମଭି ୮୫ ଓ ଏମଭି ୮୪ ର ଅବ୍ୟବସ୍ଥା ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ। ଏମଭି ୮୫ ଓ ୮୪ ସ୍କୁଲରେ ଶିକ୍ଷକମାନେ ଅନୁପସ୍ଥିତି, ଲମ୍ବା ଅନୁପସ୍ଥିତ ରହୁଥିବା ପିଲାଙ୍କୁ ସ୍କୁଲକୁ ଆଣିବା ପାଇଁ କୌଣସି ପଦକ୍ଷେପ ନ ନେବା, ମଧ୍ୟାହ୍ନ ଭୋଜନ, ଏଫ୍ ଏଲ ଏନ ସାମଗ୍ରୀ ବ୍ୟବହାରରେ ଅବହେଳା ଦେଖି ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟ।ନୁଷ୍ଠାନ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande