କନ୍ଧମାଳ ପୋଲିସର ମାଓ ଦମନ ଅଭିଯାନ, ଅନ୍ତିମ ପର୍ଯ୍ୟାୟରେ : ମୁଖ୍ୟ ଟାର୍ଗେଟ୍ ଶୁକ୍ରୁ
କନ୍ଧମାଳ, ୨୮ ଫେବୃଆରୀ (ହି.ସ.)- କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ସମଗ୍ର ରାଜ୍ୟରେ ମାଓବାଦୀ ମୂଳୋତ୍ପାଟନ ଅଭିଯାନ ଜାରି ରହିଛି। ଇତିମଧ୍ୟରେ ସମଗ୍ର ରାଜ୍ୟର ଅନ୍ୟ ଜିଲ୍ଲା ଗୁଡିକ ମାଓ ମୁକ୍ତ ଜିଲ୍ଲା ଘୋଷଣା କରାଯାଇଛି। ରାଜ୍ୟରେ କେବଳ କନ୍ଧମାଳ ଜିଲ୍ଲାରେ ମାଓବାଦୀ ମାନଙ୍କ ସ୍ଥିତି ରହିଛି। ହ
କନ୍ଧମାଳ ପୋଲିସର ମାଓ ଦମନ ଅଭିଯାନ, ଅନ୍ତିମ ପର୍ଯ୍ୟାୟରେ : ମୁଖ୍ୟ ଟାର୍ଗେଟ୍ ଶୁକ୍ରୁ


କନ୍ଧମାଳ, ୨୮ ଫେବୃଆରୀ (ହି.ସ.)- କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ସମଗ୍ର ରାଜ୍ୟରେ ମାଓବାଦୀ ମୂଳୋତ୍ପାଟନ ଅଭିଯାନ ଜାରି ରହିଛି। ଇତିମଧ୍ୟରେ ସମଗ୍ର ରାଜ୍ୟର ଅନ୍ୟ ଜିଲ୍ଲା ଗୁଡିକ ମାଓ ମୁକ୍ତ ଜିଲ୍ଲା ଘୋଷଣା କରାଯାଇଛି। ରାଜ୍ୟରେ କେବଳ କନ୍ଧମାଳ ଜିଲ୍ଲାରେ ମାଓବାଦୀ ମାନଙ୍କ ସ୍ଥିତି ରହିଛି। ହେଲେ କନ୍ଧମାଳ ଜିଲ୍ଲାରେ ମୁଷ୍ଟିମେୟ ୨୫ ଜଣ ମାଓବାଦୀଙ୍କ ଗତିବିଧି ରହିଥିବା ନେଇ, ଆଣ୍ଟି ନକ୍ସଲ ଅପରେସନର ମୁଖ୍ୟ, ଅରିକ୍ତ ପୋଲିସ ମହାନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା କହିଛନ୍ତି। ମାଓ ସଂଗଠନର ଏହି ଦୁର୍ବଳ ସ୍ଥିତି ଓ ପୋଲିସ୍ ବାହିନୀର ଘନଘନ କୁମ୍ବିଂ ଅପରେସନରେ ସଂଗଠନର ଛାମୁଆ ନେତା ଗଣେଷର ଏନକାଉଣ୍ଟର ସମେତ ଅନେକ ଆଗ ଧାଡିର କ୍ଯାଡରର ନେତା ଆତ୍ମସମର୍ପଣ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସଂଗଠନର ନେତା ଅନ୍ବେଷ, ଆଉ ୧୨ ରୁ ୧୩ ଜଣ ମାଓବାଦୀ ମାନଙ୍କ ସହ ଆତ୍ମସମର୍ପଣ କରିବା ପାଇଁ ପ୍ରସ୍ତୁତ ହେଉଥିବା ଶୁଣି ରାଜ୍ଯ କମିଟି ନେତା ଶୁକ୍ରୁ ନିରୁପାୟ ହୋଇ ଅନ୍ବେଷକୁ ହତ୍ଯା କରି ତା'ର ଶବକୁ ପୋତି ଦେଇଛି । ଏହି ଘଟଣା ଶୁକ୍ରୁର କିଂକର୍ତବ୍ଯ ବିମୁଢତାକୁ ସ୍ପଷ୍ଟ ଭାବରେ ବାରି ନେଇଛି ପୋଲିସ୍ ବିଭାଗ। ଏହି ଘଟଣା ପଦାକୁ ଆସିବା ପରେ ଘନଘନ ନିଜର ଠିକଣା ବଦଳେଇବାରେ ଲାଗିଛି ଶୁକ୍ରୁ। ଅନ୍ଯପକ୍ଷରେ ସଂଗଠନ ଭୁଷୁଡ଼ି ପଡ଼ିବା ଏବଂ ନିଜର ଜୀବନ ସୁରକ୍ଷିତ ରଖିବା ପାଇଁ ଅଧିକ ଆକ୍ରମଣାତ୍ମକ ମଧ୍ୟ ହୋଇଛି ସେ।

କେନ୍ଦ୍ର ସରକାରଙ୍କ ଟାର୍ଗେଟ୍ ନିକଟତର ହେବା ଓ ମାଓ ସଂଗଠନ ନିକଟରେ କମ୍ ଅସ୍ତ୍ରଶସ୍ତ୍ର ଓ କମ୍ ସଂଖ୍ଯକ ମାଓବାଦୀ ଥିବା ଜାଣିବାକୁ ପାଇ ମାଓ ମୁକ୍ତ କନ୍ଧମାଳ ଜିଲ୍ଲା ଘୋଷଣାର ଉତ୍ସାହ ନେଇ ଫୁଲ ଦମ୍ ରେ ଏବଂ ଅଧିକ ସଂଖ୍ୟାରେ କୁମ୍ବିଂ ଓ ସର୍ଚ୍ଚ ଅପରେଶନକୁ ଓହ୍ଲାଇ ଆସିଛନ୍ତି ପୋଲିସ୍ ଜବାନ । ଜିଲ୍ଲାର ଦାରିଙ୍ଗବାଡ଼ି, ରାଇକିଆ, କୋଟଗଡ଼, ଘୁ.ଉଦୟଗିରି, ଫିରିଙ୍ଗିଆ ଓ ବାଲିଗୁଡାର କିଛି ଅଞ୍ଚଳରେ ତନ୍ନତନ୍ନ କରି ଅପରେସନ ଜାରି ରହିଛି। ଅନ୍ୟପକ୍ଷରେ ମାଓବାଦୀଙ୍କ ଆତ୍ମସମର୍ପଣ ରାସ୍ତାକୁ ମଧ୍ୟ ଖୋଲା ରଖାଯାଇଛି। ପୋଲିସ ପକ୍ଷରୁ, ଇତିମଧ୍ୟରେ ପୂର୍ବରୁ ଆତ୍ମସମର୍ପଣ କରିଥିବା ମାଓବାଦୀ ମାନଙ୍କ ଜରିଆରେ ମଧ୍ୟ ଆତ୍ମସମର୍ପଣ କରିବା ପାଇଁ ସେମାନଙ୍କୁ ଯୋଗାଯୋଗ ପାଇଁ ମୋବାଇଲ ନମ୍ବର ମଧ୍ୟ ସାର୍ବଜନୀନ କରିଛି ପୋଲିସ ବିଭାଗ। ବର୍ତ୍ତମାନ ଖାଲି ଦେଖିବା କଥା, ଯେ ମାର୍ଚ୍ଚ ୩୧ ତାରିଖ ପୂର୍ବରୁ କନ୍ଧମାଳ ଜିଲ୍ଲା ମାଓ ମୁକ୍ତ ଜିଲ୍ଲା ଘୋଷଣା ହେଉଛି କି ନାହିଁ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande