
ଭୁବନେଶ୍ୱର, 28 ଫେବ୍ରୁଆରି (ହି.ସ.)- ତାଳଚେରବାସୀଙ୍କୁ
ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ
ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ତାଳଚେର ଅଞ୍ଚଳର ଜନସାଧାରଣଙ୍କୁ
ଭେଟି ସେମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କଲି । ଲୋକକଲ୍ୟାଣ ସହ ତାଳଚେରର ବିକାଶ ଆମର
ପ୍ରାଥମିକତା । ଶିକ୍ଷା, ଦକ୍ଷତା ବିକାଶ, ନିଯୁକ୍ତି ଏବଂ ସାମଗ୍ରିକ ଭିତ୍ତିଭୂମିର ବିକାଶ ମାଧ୍ୟମରେ ଏକ ସମୃଦ୍ଧ ତାଳଚେର ଗଠନ ପାଇଁ
ଡବଲ ଇଞ୍ଜିନ ସରକାର ପ୍ରତିଶ୍ରୁତିବଦ୍ଧ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା