
ସୁବର୍ଣ୍ଣପୁର, ୨୩ ଫେବୃଆରୀ (ହି.ସ.)- ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅଂଚଳରେ ନବବଧୂଙ୍କୁ ଧରି ପ୍ରେମିକ ଫେରାର୍ ହେବା ଘଟଣାରେ ମିଳିଛି ପ୍ରେମିକର ପରିଚୟ । ଅଭିଯୁକ୍ତର ନାମ ସଞ୍ଜୀବ ସାହୁ । ସଞ୍ଜୀବର ଘର କଂଟାମାଳର ବଡଝପାପାଲ୍ଲୀ ଗ୍ରାମରେ ବୋଲି ଜଣାପଡିଛି ।
ବଲାଙ୍ଗିର ସହର କାମାକ୍ଷୀନଗରର ହରିବନ୍ଧୁ ପୁଟେଲଙ୍କ ସହିତ ବୌଦ୍ଧ ଜିଲ୍ଲା କଂଟାମାଳର ରଶ୍ମିଙ୍କ ବିବାହ ହୋଇଥିଲା । ରବିବାର ପୂର୍ବାହ୍ନରେ କଂଟାମାଳରୁ ବଲାଙ୍ଗିର କାମାକ୍ଷୀନଗର ଫେରୁଥିଲେ ବରବଧୂ । ତରଭା ଥାନା ନିକଟରେ ଅଚାନକ ଅଭିଯୁକ୍ତ ଆସି ଗାଡ଼ି ଅଟକାଇ ଥିଲା । ଗାଡ଼ି ଅଟକିବା ପରେ ଅଭିଯୁକ୍ତ ସଞ୍ଜୀବ ବନ୍ଧୁକ ଦେଖାଇ ଗାଡିରୁ ନବ ବଧୂକୁ ନେଇ ଫେରାର୍ ହୋଇଯାଇଥିଲା । ଏହି ଘଟଣାକୁ ନେଇ ତରଭା ଥାନାର ଦ୍ୱାରସ୍ଥ ହୋଇଥିଲେ ବର । ପୋଲିସ ଘଟଣାର ତଦନ୍ତ କରୁଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ