ଜାଗୃତି ଯୋଜନା ସମ୍ବନ୍ଧୀୟ ସଚେତନତା ଶିବିର
*ଜାଗୃତି ଯୋଜନା ସମ୍ବନ୍ଧୀୟ ସଚେତନତା ଶିବିର* ନୂଆପଡା, ୨୩ ଫେବୃଆରୀ (ହି.ସ.)- ନୂଆପଡା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ସମରସିଂ ଗ୍ରାମ ପଞ୍ଚୟତ ସଭାଗୃହରେ ତୃଣମୂଳସ୍ତରୀୟ ଜନସାଧାରଣଙ୍କ ସୂଚନା ଓ ପାରଦର୍ଶିତା ପଦକ୍ଷେପ ପାଇଁ ଜାତୀୟ ଆଇନ ସେବା ପ୍ରାଧିକରଣ ଦ୍ଵାରା ପ୍ରଚଳିତ ଜାଗୃତି ଯୋଜ
Jagruti jojana sachetanata


*ଜାଗୃତି ଯୋଜନା ସମ୍ବନ୍ଧୀୟ ସଚେତନତା ଶିବିର*

ନୂଆପଡା, ୨୩ ଫେବୃଆରୀ (ହି.ସ.)- ନୂଆପଡା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ସମରସିଂ ଗ୍ରାମ ପଞ୍ଚୟତ ସଭାଗୃହରେ ତୃଣମୂଳସ୍ତରୀୟ ଜନସାଧାରଣଙ୍କ ସୂଚନା ଓ ପାରଦର୍ଶିତା ପଦକ୍ଷେପ ପାଇଁ ଜାତୀୟ ଆଇନ ସେବା ପ୍ରାଧିକରଣ ଦ୍ଵାରା ପ୍ରଚଳିତ ଜାଗୃତି ଯୋଜନା ସମ୍ବନ୍ଧରେ ଏକ ଆଇନ ସଚେତନତା ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ନବନୀତା ଦାଶ, ବି.ଡି.ଓ କୋମନା ପବିତ୍ର କୁମାର ସାମଲ, ସି.ଡ଼ି.ପି.ଓ କୋମନା ଦେବକୀ ମଲ୍ଲିକ, ବି.ଏସ.ଏସ.ଓ ସୀତାକାନ୍ତ ବଙ୍ଗୋଲା, ସମରସିଂ ଗ୍ରାମ ପଞ୍ଚାୟତର ସରପଞ୍ଚ ଉପେନ୍ଦ୍ର ରଣା, ପିଇଓ ନରେନ୍ଦ୍ର କୁମାର ସାହୁ ଓ ଅଧିକାର ମିତ୍ରଗଣ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ ସରକାରଙ୍କ ବିଭିନ୍ନ ଯୋଜନା କିପରି ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରିବ ସେଥିପାଇଁ ସମସ୍ତ ବିଭାଗକୁ ଲୋକଙ୍କ ପାଖକୁ ପହଞ୍ଚିବାକୁ ଆହ୍ବାନ କରିଥିଲେ l ବିଭିନ୍ନ ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ଵାରା ଦିଆ ଯାଉଥିବା ଆଇନ ସହାୟତା ବିଷୟରେ ଚର୍ଚ୍ଚା କରିଥିଲେ । ଏହି ଅବସରରେ ସମର ସିଂ ଗ୍ରାମ ପଞ୍ଚାୟତରେ ଏକ ପ୍ଲାଷ୍ଟିକ ଆବର୍ଜନା ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ୪୨ କେଜି ପ୍ଲାଷ୍ଟିକ ଆବର୍ଜନା ସଂଗ୍ରହ କରାଯାଇଥିଲା । ଏହିଭଳି ଜନସଚେତନତା କାର୍ଯ୍ୟକ୍ରମକୁ ଗ୍ରାମବାସୀ ଆନନ୍ଦ ମନରେ ସ୍ବାଗତ କରିଥିଲେ l

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande