ଜିଲ୍ଲାରେ ଅବୈଧ ଭାବେ ଅନୁପ୍ରବେଶ କାରୀ ରହୁଥିବା ଅନୁମାନ କରି ତଦନ୍ତ ପାଇଁ ଥାନା ଅଧିକାରୀଙ୍କୁ ଦାବିପତ୍ର ଦେଲା ଭାରତୀୟ ସନାତନୀ ପରିବାର
ମାଲକାନଗିରି, ୨୩ ଫେବ୍ରୁଆରି (ହି.ସ.) ମାଲକାନଗିରି ଜିଲ୍ଲାରେ କିଛି ଅନୁପ୍ରବେଶ କାରୀ ଅବୈଧ ଭାବେ ରହୁଥିବା ଅନୁମାନ କରୀ ଏହାର ତଦନ୍ତ କରିବା ପାଇଁ ଥାନା ଅଧିକାରୀଙ୍କୁ ଏକ ଦାବିପତ୍ର ଦେଲା ଭାରତୀୟ ସନାତନୀ ପରିବାର ଜିଲ୍ଲା ଶାଖା। ଦାବିପତ୍ର ଅନୁଯାୟୀ, ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କିଛି ଅନୁପ୍ରବ
ଜିଲ୍ଲାରେ ଅବୈଧ ଭାବେ ଅନୁପ୍ରବେଶ କାରୀ ରହୁଥିବା ଅନୁମାନ କରି ତଦନ୍ତ ପାଇଁ ଥାନା ଅଧିକାରୀଙ୍କୁ


ମାଲକାନଗିରି, ୨୩ ଫେବ୍ରୁଆରି (ହି.ସ.)

ମାଲକାନଗିରି ଜିଲ୍ଲାରେ କିଛି ଅନୁପ୍ରବେଶ କାରୀ ଅବୈଧ ଭାବେ ରହୁଥିବା ଅନୁମାନ କରୀ ଏହାର ତଦନ୍ତ କରିବା ପାଇଁ ଥାନା ଅଧିକାରୀଙ୍କୁ ଏକ ଦାବିପତ୍ର ଦେଲା ଭାରତୀୟ ସନାତନୀ ପରିବାର ଜିଲ୍ଲା ଶାଖା। ଦାବିପତ୍ର ଅନୁଯାୟୀ, ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କିଛି ଅନୁପ୍ରବେଶକାରୀ ବେଆଇନ ଭାବେ ବସବାସ କରୁଥିବା ସହ ବ୍ୟବସାୟ ନାମରେ ସ୍ଥାୟୀ ଭାବେ ରହୁଥିବା ସୂଚନା ମିଳିଛି। ଉତ୍କ ବ୍ୟକ୍ତି ମାନଙ୍କ ନାଗରିକତା ଓ ବୈଧ ଦଳିଲ ଆଦି ସମସ୍ତ ତଥ୍ୟ ସନ୍ଦେହଜନକ ବୋଲି ସାଧାରଣ ଜନତାଙ୍କ ମଧ୍ୟରେ ଗୁରୁତର ଆଶଙ୍କା ସୃଷ୍ଟି ହୋଇଛି। ସେମାନଙ୍କ ମଧ୍ୟରୁ ଅନେକ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ହୋଇଥିବା ବେଳେ ପ୍ରଥମେ ଭଡାଘରେ, ପରେ ନିଜସ୍ବ ଘରତିଆରି କରି ରହୁଛନ୍ତି। ଆବଶ୍ୟକ ସ୍ଥଳେ ସ୍ଥାନୀୟ ଯୁବକ ଯୁବତୀଙ୍କୁ ବିବାହ ବନ୍ଧନରେ ଆବଦ୍ଧ କରି ସ୍ଥାୟୀ ବାସିନ୍ଦା ଭାବେ ନିଜକୁ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାରେ ପରିଚୟ ଦେଇ ଲାଭ ଉଠାଉଛନ୍ତି। ଆମ ଜିଲ୍ଲାରେ ନିରିହ, ସରଳ ଓ ଉଦାର ହୃଦୟ ଯୁକ୍ତ ଅନୁସୁଚିତ ଜନ ଜାତୀ ଏବଂ ଅନୁସୁଚିତ ଜାତିର ଭାଇଭଉଣୀ ମାନଙ୍କୁ ଏହି ବ୍ୟକ୍ତି ବିଶେଷ ମାନେ ଶୋଷଣ କରୁଛନ୍ତି। ସେମାନେ କମ୍ ଦରରେ, ନକଲି ଓ ଅବୈଧ ଜିନିଷ ବିକ୍ରିକରି ସ୍ଥାନୀୟ ଲୋକଙ୍କ ସହ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଆୟକର ଫାଙ୍କି ଠକାମି କରୁଛନ୍ତି। ଏହାସହ ସେମାନଙ୍କ ଯୋଗୁଁ, ସ୍ଥାନୀୟ ସ୍ବୀକୃତପ୍ରାପ୍ତ ଓ ପଞ୍ଜିକୃତ ବ୍ୟବସାୟୀଙ୍କ ବ୍ୟବସାୟକୁ ମଧ୍ୟ କ୍ଷତି ହେଉଛି।ତେଣୁ ସରକାରୀ ନିୟମ ଅନୁଯାୟୀ ଯଦି କେହି ଅନୁପ୍ରବେଶକାରୀ ମାଲକାନଗିରି ଥାନା ଅଞ୍ଚଳରେ ରହିଛନ୍ତି, ତେବେ ଏହାର ତଦନ୍ତ କରି ପଦକ୍ଷେପ ନେବାକୁ ଏହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଏହି ଦାବିପତ୍ର ପ୍ରଦାନ ସମୟରେ ଭାରତୀୟ ସନାତନୀ ପରିବାର ଜିଲ୍ଲା ଶାଖାର ସଭାପତି ବାଲାଜି ପାଡାଲ, ସଦସ୍ୟ କ୍ରୀଷ୍ଣା ପାଲ, ଶ୍ରୀନିବାସ ପାତ୍ର, ଜଗନ୍ନାଥ ବସୁ, ଅଭିଜିତ ବନିକ ପ୍ରମୁଖଙ୍କ ସହ ଅନ୍ୟମନେ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande