ବରିଷ୍ଠ ରାଜସ୍ବ ସହାୟକ ବୁଧୁରାମ ନାଏକଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ
ବରିଷ୍ଠ ରାଜସ୍ବ ସହାୟକ ବୁଧୁରାମ ନାଏକଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ନୂଆପଡା, ୨୩ ଫେବୃଆରୀ (ହି.ସ.)- ନୂଆପଡା ଜିଲ୍ଲା କୋମନା ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ ରାଜସ୍ବ ସହାୟକ ବୁଧୁରାମ ନାଏକ (୫୪ )ଙ୍କ ଦୁର୍ଘଟଣା ଜନିତ ଅକାଳ ମୃତ୍ୟୁ ଆଜି ଘଟିଛି। ଗତ ୧୭ ତାରିଖ ଦିନ ସ୍ବର୍ଗତ ନାଏକ ନିଜ
Rajaswa sahayata nka mrutyu


ବରିଷ୍ଠ ରାଜସ୍ବ ସହାୟକ ବୁଧୁରାମ ନାଏକଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ

ନୂଆପଡା, ୨୩ ଫେବୃଆରୀ (ହି.ସ.)- ନୂଆପଡା ଜିଲ୍ଲା କୋମନା ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ ରାଜସ୍ବ ସହାୟକ ବୁଧୁରାମ ନାଏକ (୫୪ )ଙ୍କ ଦୁର୍ଘଟଣା ଜନିତ ଅକାଳ ମୃତ୍ୟୁ ଆଜି ଘଟିଛି। ଗତ ୧୭ ତାରିଖ ଦିନ ସ୍ବର୍ଗତ ନାଏକ ନିଜ ନୂଆପଡା ସ୍ଥିତ ବାସଗୃହରୁ ବାହାରିବା ବେଳେ ଏକ ବାଇକ ତାଙ୍କୁ ଜୋର ଧକ୍କା ଦେବାରୁ ସେ ଗୁରୁତର ଭାବେ ଆହତ ହୋଇ ପଡ଼ିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ରାୟପୁର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯିବା ପରେ ମସ୍ତିସ୍କରେ ଅସ୍ତ୍ରୋପଚାର କରାଯାଇଥିଲେ ସୁଦ୍ଧା ତାଙ୍କ ଚେତା ଫେରି ନଥିଲା। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ତାଙ୍କ ମୃତ୍ୟୁ ହେବାନେଇ ଆଜି ଜଣା ପଡିବା ପରେ ଜିଲ୍ଲାର କର୍ମଚାରୀ ଓ ଅଧିକାରୀ ମହଲରେ ଶୋକର ଛାୟା ଖେଳିଯାଇଛି। ଆଜି ତାଙ୍କର ମର ଶରୀର ନିଜସ୍ୱ ପୈତୃକ ଗ୍ରାମ ନୂଆପଡା ବ୍ଲକ ଅନ୍ତର୍ଗତ ଧନୋରା ରେ ପହଂଚିବା ପରେ ଜ୍ଞାତି ପରିଜନଙ୍କ ଏକ ଶୋକାକୁଳ ପରିବେଶରେ ଅନ୍ତିମ ସଂସ୍କାର ସମ୍ପର୍ଣ୍ଣ ହୋଇଯାଇଛି। କୋମନା ବ୍ଲକ କାର୍ଯ୍ୟାଳୟ ପରିସରରେ ବିଡିଓ ପବିତ୍ର ସାମଲଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏକ ଶୋକ ସଭାରେ ତାଙ୍କ ଅମର ଆତ୍ମାର ସଦଗତି ନିମିତ୍ତ ଦୁଇ ମିନିଟ ନୀରବ ପ୍ରାର୍ଥନା କରା ଯାଇଥିଲା l ଶୋକସନ୍ତପ୍ତ ପରିବାରଙ୍କୁ ଏହି ଅପୂରଣୀୟ କ୍ଷତିର ସମ୍ମୁଖୀନ ହେବା ପାଇଁ ଭଗବାନ ଶକ୍ତି ପ୍ରଦାନ କରିବାକୁ ପ୍ରାର୍ଥନା କରାଯିବା ସହ ପରିବାରଙ୍କୁ ସମବେଦନା ଜ୍ଞାପନ କରି ତାଙ୍କ ସ୍ମୃତି ଚାରଣ କରାଯାଇଥିଲା।ସ୍ବର୍ଗତ ନାଏକ ଜଣେ ଶାନ୍ତ, ସରଳ, ମେଳାପୀଓ ମିଷ୍ଟଭାଷୀ କର୍ମଚାରୀ ଥିବାରୁ କୋମନା ବ୍ଲକ ଅଂଚଳର ବିଭିନ୍ନ ବର୍ଗର ଵ୍ୟକ୍ତି ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ନୂଆପଡା ୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟ ଅଫ ଇଣ୍ଡିଆର ନୂଆପଡା ଜିଲ୍ଲା ଶାଖା ସ୍ବର୍ଗତ ନାଏକଙ୍କ ଅମର ଆତ୍ମା ର ସଦଗତି କାମନା କରିଛି।

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande