ସୋନପୁର ମାଟିର ଲଢ଼ୁଆ ଚାଷୀ ନେତା ଶହୀଦ କିଶାନ୍ ସ୍ୱର୍ଗତ ରାଜେନ୍ଦ୍ର ପ୍ରସାଦ ମିଶ୍ରଙ୍କ ଦ୍ୱାଦଶାହ ଉପଲକ୍ଷେ ଶ୍ରଦ୍ଧା ସୁମନ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଟିତ
ସୁବର୍ଣ୍ଣପୁର,୨୪ ଫେବୃଆରୀ(ହି.ସ.) – କୃଷକ ନେତା ରାଜେନ୍ଦ୍ର ପ୍ରସାଦ ମିଶ୍ରଙ୍କ ମୃତ୍ୟୁର ୧୨ତମ ଦିବସ ରେତାଙ୍କର ଖାରୀ ସ୍ଥିତ ବାସଭବନ ରେ ତାଙ୍କୁ ତାଙ୍କର ପ୍ରତିକୃତିରେ ଶ୍ରଦ୍ଧା ସୁମନ ଅର୍ପିତ କରାଯାଇଥିଲା। ଆଜି ନବନିର୍ମାଣ କୃଷକ ସଂଗଠନ ଓ ଅନ୍ୟ ଅନେକ ପ୍ରମୁଖ କୃଷକ ସଂଗଠନଙ୍କ ଉପସ୍ଥିତିରେ ସୋନପ
ସୋନପୁର ମାଟି ର ଲଢ଼ୁଆ ଚାଷୀ ନେତା ଶହୀଦ କିଶାନ୍ ସ୍ବର୍ଗତ ରାଜେନ୍ଦ୍ର ପ୍ରସାଦ ମିଶ୍ର ଙ୍କ ଦ୍ଵାଦଶାହ ଉପଲକ୍ଷେ ଶ୍ରଦ୍ଧା ସୁମନ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଟିତ


ସୋନପୁର ମାଟି ର ଲଢ଼ୁଆ ଚାଷୀ ନେତା ଶହୀଦ କିଶାନ୍ ସ୍ବର୍ଗତ ରାଜେନ୍ଦ୍ର ପ୍ରସାଦ ମିଶ୍ର ଙ୍କ ଦ୍ଵାଦଶାହ ଉପଲକ୍ଷେ ଶ୍ରଦ୍ଧା ସୁମନ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଟିତ


ସୋନପୁର ମାଟି ର ଲଢ଼ୁଆ ଚାଷୀ ନେତା ଶହୀଦ କିଶାନ୍ ସ୍ବର୍ଗତ ରାଜେନ୍ଦ୍ର ପ୍ରସାଦ ମିଶ୍ର ଙ୍କ ଦ୍ଵାଦଶାହ ଉପଲକ୍ଷେ ଶ୍ରଦ୍ଧା ସୁମନ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଟିତ


ସୋନପୁର ମାଟି ର ଲଢ଼ୁଆ ଚାଷୀ ନେତା ଶହୀଦ କିଶାନ୍ ସ୍ବର୍ଗତ ରାଜେନ୍ଦ୍ର ପ୍ରସାଦ ମିଶ୍ର ଙ୍କ ଦ୍ଵାଦଶାହ ଉପଲକ୍ଷେ ଶ୍ରଦ୍ଧା ସୁମନ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଟିତ


ସୁବର୍ଣ୍ଣପୁର,୨୪ ଫେବୃଆରୀ(ହି.ସ.) – କୃଷକ ନେତା ରାଜେନ୍ଦ୍ର ପ୍ରସାଦ ମିଶ୍ରଙ୍କ ମୃତ୍ୟୁର ୧୨ତମ ଦିବସ ରେତାଙ୍କର ଖାରୀ ସ୍ଥିତ ବାସଭବନ ରେ ତାଙ୍କୁ ତାଙ୍କର ପ୍ରତିକୃତିରେ ଶ୍ରଦ୍ଧା ସୁମନ ଅର୍ପିତ କରାଯାଇଥିଲା।

ଆଜି ନବନିର୍ମାଣ କୃଷକ ସଂଗଠନ ଓ ଅନ୍ୟ ଅନେକ ପ୍ରମୁଖ କୃଷକ ସଂଗଠନଙ୍କ ଉପସ୍ଥିତିରେ ସୋନପୁର ମାଟିର ଲଢ଼ୁଆ ଚାଷୀ ନେତା ଶହୀଦ କିଶାନ୍ ସ୍ୱର୍ଗତ ରାଜେନ୍ଦ୍ର ପ୍ରସାଦ ମିଶ୍ର ଙ୍କ ଦ୍ୱାଦଶାହ ଉପଲକ୍ଷେ ତାଙ୍କ ଗ୍ରାମ ସ୍ତିତ ବାସଭବନରେ ଏକ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି।ସାରା ଓଡ଼ିଶାର ଚାଷୀ ପରିବାର କୁ ମାର୍ଗଦର୍ଶନ ଓ ନେତୃତ୍ୱ ଦେଉଥିବା ଶ୍ରୀ ମିଶ୍ରଙ୍କ ପରିବାର ସହିତ ସମସ୍ତ ଚାଷୀ ଓ ଚାଷୀ ସଂଗଠନ ସବୁବେଳେ ଠିଆ ହୋଇଛନ୍ତି ବୋଲି ସମସ୍ତେ ଏକାଧାରରେ ମତପ୍ରକାଶ କରିଛନ୍ତି ଓ ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କୁ ସପ୍ରେମ ସାନ୍ତ୍ୱନା ଦେଇଛନ୍ତି। ନବନିର୍ମାଣ କୃଷକ ସଂଗଠନ, ଜିଲ୍ଲା କୃଷକ ସଙ୍ଗଠନ, ସୁବର୍ଣ୍ଣପୁର, ବଲାଙ୍ଗୀର ମିଳିତ କୃଷକ ମଂଚ, ବୌଦ୍ଧ ଜିଲ୍ଲା କୃଷକ ସଙ୍ଗଠନ ଆଦିର ନେତୃବୃନ୍ଦଙ୍କ ସମେତ ବିଭିନ୍ନ ବ୍ଲକ୍ରୁ ଅନେକ ଚାଷୀ, ଗ୍ରାମବାସୀ ଓ ପରିବାର ବର୍ଗ ଏହି ସଭାରେ ଶହୀଦ ରାଜେନ୍ଦ୍ର ମିଶ୍ରଙ୍କ ସହ ବିଭିନ୍ନ ଅଭୁଲା ସ୍ମୃତି ଓ ତାଙ୍କ ସହ ବିତେଇଥିବା ସଂଗ୍ରାମୀ ଜୀବନକୁ ମନେ ପକେଇଥିଲେ। ପ୍ରଥମେ ଚାଷୀ ନେତା ପ୍ରଦୀପ ପୁରୋହିତ ଓ ଡ କୁଳମଣୀ ବିଶ୍ୱ ଶାନ୍ତି ପ୍ରାର୍ଥନା, ସର୍ବଧର୍ମ ପ୍ରାର୍ଥନା, ଗୀତା ପାଠ କରିଥିଲେ। ନବନିର୍ମାଣ କୃଷକ ସଙ୍ଗଠନ, ସୁବର୍ଣ୍ଣପୁର ଜିଲ୍ଲା ସଂଯୋଜକ ପ୍ରଦ୍ୟୁମ୍ନ ପାଢ଼ୀ ସଭା ସଂଚାଳନ କରିଥିଲେ। ସଂଗଠନ ଲଢି ଆସିଥିବା ପ୍ରାଇସ୍ ପ୍ରେଷ୍ଟିଜ ପେନସନର ଲଢେଇର ଚାଷୀଙ୍କ ସମ୍ମାନ ରୂପକ ସାଂସ୍କୃତିକ ବିପ୍ଳବକୁ ଶ୍ରୀ ମିଶ୍ର ହିଁ ପ୍ରଥମେ ରୂପ ଦେଇଥିଲେ ବୋଲି କହିଥିଲେ ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର। ଆଗକୁ ରାଜେନ୍ଦ୍ର ମିଶ୍ରଙ୍କ ସଂଗ୍ରାମୀ ବିଚାର ଓ ଜୀବନ ଚାଷୀ ଆନ୍ଦୋଳନ କୁ ସବୁବେଳେ ପ୍ରଭାବିତ କରିବ ଓ ଆଗାମୀ ମାର୍ଚ୍ଚ ୨୨ରୁ ୩୧ ଚାଷୀ ଏକତା ଗଣ ପଦଯାତ୍ରାରେ ଚାଷୀ ସଂଗଠିତ ହୋଇ, ନିର୍ଭୀକ ଭାବରେ ଲଢିବ ଓ ନିଜ ଅଧିକାର ଏ ତାନାଶାହୀ ସରକାରଠୁ ଛଡେଇ ନେବ ବୋଲି କହିଛନ୍ତି ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ। ବଲାଙ୍ଗୀର ମିଳିତ କୃଷକ ମଂଚରୁ ଜ୍ୟୋତି ପ୍ରଧାନ, ଚଗଲା ପରିଛା, ବିଭୁଦତ ମିଶ୍ର, ଅରୁଣ ମିଶ୍ର, ଶଙ୍କର ପାଣିଗ୍ରାହୀ ତଥା ବଲାଙ୍ଗିର ଜିଲ୍ଲା ନବନିର୍ମାଣ ସଂଯୋଜକ ହିମାଂଶୁ ସାହୁ ଆଦି ଅବିଭକ୍ତ ବଲାଙ୍ଗୀର ଜିଲ୍ଲା ରେ ସାମ୍ବାଦିକ ଓ ଚାଷୀ ନେତା ହିସାବରେ ଶ୍ରୀ ମିଶ୍ର କେମିତି ସଂସ୍କାରମୂଳକ ପ୍ରଭାବ ପକେଇଥିଲେ ସେ ନେଇ ଭାବପୂର୍ଣ୍ଣ ସ୍ମୃତିଚାରଣ କରିଥିଲେ। ବୌଦ୍ଧ ଜିଲ୍ଲାରୁ ନବନିର୍ମାଣ ରାଜ୍ୟ କାର୍ଯ୍ୟକାରିଣୀ ହୃଷୀକେଶ ପ୍ରଧାନ ବିଜୁ ପଟ୍ଟନାୟକଙ୍କ ସମୟରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଗୋଟିଏ ଦିନରେ ସବୁଆଡେ ହେଉ ବୋଲି ଶ୍ରୀ ମିଶ୍ର ପ୍ରଥମେ ଖବରକାଗଜ ରେ ଆଲେଖ୍ୟ ଲେଖିଥିଲେ। ଯାହା ସରକାର ପରେ ଗୋଟିଏ ଦିନ ଛୁଟି ଘୋଷଣା ହେଲା। ଆଜି ଏହା ପଶ୍ଚିମ ଓଡ଼ିଶା ରୁ ପୁରା ବିଶ୍ୱ କୁ ବ୍ୟାପି ସାଂସ୍କୃତିକ ଐକ୍ୟ ର ନିଦର୍ଶନ ସାଜିଛି ବୋଲି ସେ ମତ ରଖିଥିଲେ। ଜିଲ୍ଲା କୃଷକ ସଂଗଠନ, ସୁବର୍ଣ୍ଣପୁର ର ସଭାପତି ବୈକୁଣ୍ଠ ଶତପଥୀ ମୋହନ ମାଝିଙ୍କ ଗସ୍ତ ସମୟ ରେ ଶ୍ରୀ ମିଶ୍ର ଓ ତାଙ୍କୁ ଆଗ ଦିନରୁ ପୋଲିସ ଉଠାଇନେବା ଓ ୨୪ ଘଂଟା ବାରାକରେ ଅଟକ ରଖିବା ଅମାନୁସିକ ଓ କାପୁରୁଷପଣିଆ ଥିଲା କିନ୍ତୁ ଶ୍ରୀ ମିଶ୍ର ତାଙ୍କ ଶେଷ ଆନ୍ଦୋଳନରେ ବି ଅଟଳ ଥିଲେ ଓ ମୁଖ୍ୟମନ୍ତ୍ରୀ ସୋନପୁର ନ ଛାଡ଼ିବା ପର୍ଯ୍ୟନ୍ତ ଅନ୍ନ ଗ୍ରହଣ ନକରି ମୌନ ପ୍ରତିବାଦ କରିଥିଲେ ବୋଲି କହିଥିଲେ। ପୂର୍ବତନ ବିଧାୟକ ଅଚ୍ୟୁତ ବିଶ୍ୱାଳ ଅଂଚଳରେ ଜନତା କେନ୍ଦ୍ରିକ ରାଜନୀତି ପାଇଁ ସ୍ୱର୍ଗତ ରାଜେନ୍ଦ୍ର ମିଶ୍ର ସବୁବେଳେ ପ୍ରେରଣା ଯୋଗାଉଥିଲେ ବୋଲି କହିଥିଲେ। ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ରୁ ଇଂରାଜୀ ସ୍ନାତକୋତର ସାରି ଗାଆଁ ମାଟି କୁ ନିଜର କରି ଦୁଇ ଥର ସରପଂଚ ରହି ଶିକ୍ଷା ବିକାଶ ପାଇଁ ଉଚ୍ଚ ବିଦ୍ୟାଳୟ, ବେଙ୍କ, ହୋମିଓପାଥି ଚିକିତ୍ସାଳୟ ଆଦି ନିର୍ମାଣ କରିଥିଲେ ବୋଲି ସେ କହିଥିଲେ। ତାଙ୍କ ପରିବାର ରୁ ପୁଅ, ଝିଅ, ଭଉଣୀ ଆଦି କିଭଳି ଚାଷୀ ଙ୍କ ସମସ୍ୟା ନେଇ ରାଜେନ୍ଦ୍ର ମିଶ୍ର ସବୁବେଳେ କ୍ଷୁବ୍ଧ ହେଉଥିଲେ ଓ ବିଚାରର ଆନ୍ଦୋଳନ ସାମାଜିକ ଗଣମାଧ୍ୟମ ରେ ଦେଇ ଶାସନ ପ୍ରଶାସନ କୁ ହୁସିୟାର କରୁଥିଲେ ତାହା କହିଥିଲେ। ଆଗକୁ ପରିବାର ର ସଦସ୍ୟ ମାନେ ମଧ୍ୟ ଶ୍ରୀ ମିଶ୍ରଙ୍କ ଭଳି ଚାଷୀ ମାନଙ୍କ ନ୍ୟାୟ ର ଲଢେଇ ରେ ସାଥ ଦେବେ ବୋଲି କହିଥିଲେ। ସୁବର୍ଣ୍ଣପୁର ନବନିର୍ମାଣରୁ ସୁଧୀର ବଘାର, ରାଜୀବ ଭୋଇ, ସଫଳ ବ୍ୟବସାୟୀ ବ୍ରଜ ବିଶି ଆଦି ମଧୁର ଓ ସଂଗ୍ରାମୀ ସ୍ମୃତି ସବୁ ବଖାଣିଥିଲେ। ଶେଷରେ ଶ୍ରୀ ପ୍ରଦ୍ୟୁମ୍ନ ପାଢ଼ୀ ଏକାଧାରରେ ଜଣେ ଜ୍ୟୋତିଷ, ଲେଖକ, ଧର୍ମପ୍ରେମୀ, ନ୍ୟାୟବାଦୀ ମଣିଷ ଓ ଚାଷୀ ଙ୍କ ମାଇଲଖୁଂଟଙ୍କ ଅନୁପସ୍ଥିତି ସମଗ୍ର ଚାଷୀ କୂଳ ପାଇଁ ଏକ ଅପୂରଣୀୟ କ୍ଷତି କିନ୍ତୁ ତାଙ୍କ ସଂଗ୍ରାମୀ ବିଚାର ଆଗକୁ ସୋନପୁର ତଥା ଓଡ଼ିଶା ରେ ଚାଷୀ ଆନ୍ଦୋଳନ କୁ ଆହୁରି ମଜବୁତ୍ କରିବ ଓ ଆଗାମୀ କେନ୍ଦୁଝରରୁ ଭୁବନେଶ୍ୱର ଚାଷୀ ଏକତା ଗଣ ପଦଯାତ୍ରା ରେ ସୋନପୁର ତଥା ପଶ୍ଚିମ ଓଡ଼ିଶାର ଚାଷୀମାନେ ବି ଜୋରସୋର ରେ ଯୋଗଦେବେ ଓ ଶ୍ରୀ ମିଶ୍ରଙ୍କ ଅଧୁରା ସ୍ୱପ୍ନ କୁ ପୂରଣ କରିବେ ବୋଲି କହିଥିଲେ। ଶ୍ରୀ ପ୍ରଦୀପ ପୁରୋହିତ ଧନ୍ୟବାଦ୍ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande