ଟାଟା ପାୱାରର ଅବହେଳା : ୧୧ କେଭି ବିଦ୍ୟୁତ ତାର ଲାଗି ୩ଟି ଗାଈ ମୃତ
ଜୟପୁର, ୨୪ ଫେବୃଆରୀ (ହି.ସ.)- ଜୟପୁର ସଦର ଥାନା ଅନ୍ତର୍ଗତ ବାରିଣିପୁଟ ଠାରେ ୧୧ କେଭି ବିଦ୍ୟୁତ ତାର ଲାଗି ୩ଟି ଗାଈଙ୍କ ମୃତ୍ୟୁ ହୋଇଛି । ପି ଜନାର୍ଧନ ରାଜୁଙ୍କ ୩ଟି ଗାଈ ଗୁହାଳରେ ଥିବାବେଳେ ଗତକାଲି ରାତିରେ ୧୧ କେଭି ବିଦ୍ୟୁତ ତାର ଖୁଣ୍ଟରୁ ଛିଣ୍ଡି ଗୁହାଳ ଉପରେ ପଡିଥିଲା । ଗାଈ ମାନଙ୍କର
ଟାଟା ପାୱାର ର ଅବହେଳା ୧୧ କେଭି ବିଦ୍ୟୁାତ ତାର ଲାଗି ୩ଟି  ଗାଇ ମୃତ


ଜୟପୁର, ୨୪ ଫେବୃଆରୀ (ହି.ସ.)-

ଜୟପୁର ସଦର ଥାନା ଅନ୍ତର୍ଗତ ବାରିଣିପୁଟ ଠାରେ ୧୧ କେଭି ବିଦ୍ୟୁତ ତାର ଲାଗି ୩ଟି ଗାଈଙ୍କ ମୃତ୍ୟୁ ହୋଇଛି । ପି ଜନାର୍ଧନ ରାଜୁଙ୍କ ୩ଟି ଗାଈ ଗୁହାଳରେ ଥିବାବେଳେ ଗତକାଲି ରାତିରେ ୧୧ କେଭି ବିଦ୍ୟୁତ ତାର ଖୁଣ୍ଟରୁ ଛିଣ୍ଡି ଗୁହାଳ ଉପରେ ପଡିଥିଲା । ଗାଈ ମାନଙ୍କର ରଡି ବୋବିଳି ଶୁଣି ମାଲିକ ବାହାରି ଦେଖିବା ସମୟରେ ୩ଟି ଗାଈଙ୍କ ମୃତ୍ୟୁ ହୋଇଥିଲା । ଟାଟା ପାୱାରର ଅବହେଳା ଯୋଗୁଁ ଏପରି ଘଟଣା ଘଟିଥିବା ଅଭିଯୋଗ ହୋଇଛି । ସଦର ପୋଲିସ ତରଫରୁ ଏସଆଇ ଗିରିଶ ମହାପାତ୍ର ଘଟଣାର ତଦନ୍ତ କରୁଛନ୍ତି । ୩ଟି ଗାଈଙ୍କ ମୃତଦେହ ବ୍ୟବଛେଦ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande