
ଜୟପୁର, ୨୪ ଫେବୃଆରୀ (ହି.ସ.)- ଜୟପୁର ଘାଟି ଭୈରବ ମନ୍ଦିର ନିକଟରେ ଏକ ସଡକ ଦୁର୍ଘଟଣାରେ ବୁଲେଟ ଚାଳକଙ୍କ ମୃତ୍ୟୁ ହୋଇଛି। ପୋଲିସର ସୂଚନା ଅନୁଯାୟୀ, ଏକ ବାଲି ବୋଝେଇ ଟିପ୍ପର ଜୟପୁର ଠାରୁ କୋରାପୁଟ ଅଭିମୁଖେ ଯାଉଥିବା ବେଳେ ପଛପଟୁ ଏକ ବୁଲେଟ ଗାଡିରେ ବଲାଙ୍ଗିର ଜିଲ୍ଲାର ଭୁବେଲ ଗ୍ରାମର ସୁଧିର କୁମାର କହ୍ନର (୩୬) ଏବ˚ ତାଙ୍କ ସ୍ତ୍ରୀ ମାଧୁରୀ ବାଗ୍ (୨୬) କୋରାପୁଟ ଯାଉଥିଲେ। ବାଲି ଟିପ୍ପରକୁ ଓଭରଟେକ କରୁଥିବା ସମୟରେ ଟିପ୍ପର ପଛ ଚକରେ ପଶି ବୁଲେଟ ଚାଳକ ସୁଧିରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ମାଧୁରୀଙ୍କୁ ଗୁରୁତର ଆଘାତ ଲାଗିଛି। ଘଟଣାସ୍ଥଳରେ ସଦରପୋଲିସ ପହଁଚି ମୃତକ ଏବ˚ ତାଙ୍କ ସ୍ତ୍ରୀଙ୍କୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସ୍ତ୍ରୀ ମାଧୁରୀଙ୍କ ଚିକିତ୍ସା କରାଯାଉଥିବା ବେଳେ ମୃତ ସୁଧିରଙ୍କ ମରଶରୀରକୁ ଚିକିତ୍ସାଳୟରେ ରଖାଯାଇଛି। ସଦର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ସଦରଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି