

ସମ୍ବଲପୁର, ୨୪, ଫେବ୍ରୁଆରୀ (ହି.ସ.) ଜିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଏକ କର୍ମଶାଳା ର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ, ମହିଳା ମାନେ କିପରି ଭାବରେ ନିଜକୁ ସବୁ କ୍ଷେତ୍ର ରେ ଆଗ କୁ ନେଇ ପାରିବେ ଚେଷ୍ଟା କରିବ। ପାଇଁ ଆହ୍ୱାନ ଦେଇଥିଲେ। ଦେବ କିଶୋର ନାୟକ, ଲିଡ ମ୍ୟାନେଜର ଯୋଗ ଦେଇ ମହିଳା ମାନେ କିପରି ଭାବରେ ଆର୍ôଥକ ସ୍ଥିତି ସୁଦୃଢ କରି ପାରିବେ ଓ କିପରି ଭାବରେ ଠକେଇ ରୁ ବଂଚି ପାରିବେ ସେ ବିଷୟରେ ସମସ୍ତଙ୍କୁ ତାଲିମ ପ୍ରଦାନ କରିଥିଲେ। ଅନ୍ୟତମ ଅତିଥି ଭାବରେ ଶିବ ପ୍ରସାଦ ବେହେରାଯୋଗଦେଇଥିବା ବେଳେ କାର୍ଯ୍ୟକ୍ରମ ରେ ସମ୍ବଲପୁର ଜିଲ୍ଲା ର ସବୁ ବ୍ଲକ୍ ରୁ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ମାନଙ୍କୁ ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ପାଇଁ ପୁରସ୍କୃତ କରାଯାଇଥିଲା। ପ୍ରାରମ୍ଭରେ ଜିଲ୍ଲା ସଂଯୋଜିକା ସୁନିତା ଦାସ ସ୍ୱଗତ ଭାଷଣ ଦେଇଥିବା ବେଳେ ଜିଲ୍ଲା ଅଧିକାରୀ ସଂଯୁକ୍ତା ସାହୁ ମହିଳା ଦିବସ ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମର ସୂଚନା ପ୍ରଦାନ କରିଥିଲେ। ସରିତା ଦାସ ଉକ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ଛୋଟେ ଲାଲ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ