ବିଜେଡି ଛାଡ଼ି ବିଜେପିରେ ସାମିଲ ହେଲେ ନୂଆପଡ଼ା ଏନ୍ଏସି ଚେୟାରମ୍ୟାନ ଆଦମ୍ ଖାନ
ନୂଆପଡ଼ା/ଭୁବନେଶ୍ୱର, ୨୪ ଫେବୃୟାରୀ (ହି.ସ)- ନୂଆପଡ଼ା କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ନୂଆପଡ଼ା ଏନ୍ଏସି ଚେୟାରମ୍ୟାନ ଆଦମ୍ ଖାନ ବିଜେଡି ଛାଡ଼ି ଆନୁଷ୍ଠାନିକଭାବେ ବିଜେପିରେ ଯୋଗଦେଇଛନ୍ତି। ଏହି ଅବସରରେ କାଉନ୍ସିଲର ଧର୍ମରାଜ ସବାର, ସଂଗୀତା ପରେଖ, ଥାନେଶ୍ୱରୀ ସାହୁ, ଶିବାନନ୍ଦ ପାତ୍ର, ଧନେଶ୍ୱ
joinibng


ନୂଆପଡ଼ା/ଭୁବନେଶ୍ୱର, ୨୪ ଫେବୃୟାରୀ (ହି.ସ)- ନୂଆପଡ଼ା କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ନୂଆପଡ଼ା ଏନ୍ଏସି ଚେୟାରମ୍ୟାନ ଆଦମ୍ ଖାନ ବିଜେଡି ଛାଡ଼ି ଆନୁଷ୍ଠାନିକଭାବେ ବିଜେପିରେ ଯୋଗଦେଇଛନ୍ତି। ଏହି ଅବସରରେ କାଉନ୍ସିଲର ଧର୍ମରାଜ ସବାର, ସଂଗୀତା ପରେଖ, ଥାନେଶ୍ୱରୀ ସାହୁ, ଶିବାନନ୍ଦ ପାତ୍ର, ଧନେଶ୍ୱରୀବିମଳ ସାହୁ, ରାନୁ ସାହୁ, ମଳୟ ରଞ୍ଜନ ମଣ୍ଡଳ, ଭଗବତୀ ଦଣ୍ଡସେନା ପ୍ରମୁଖ ବିଜେଡି ପରିତ୍ୟାଗ କରି ବିଜେପିରେ ସାମିଳ ହୋଇଥିଲେ। ସେହିପରି ନୂଆପଡ଼ା ଏନ୍ଏସି ସଦସ୍ୟ ଗୋପି ସୁନା, ଲଖନ ସାହୁ, ଜଗ୍ଦିଶ ସାହୁ, ନରତୋମ ସାହୁ, ଦୁଧନାଥ ସାହୁ, ଭୂଷଣ ସାହୁ, ରାଜେଶ ପଟେଲ, ଗଣେଶ ପଟେଲ, ବବ୍ଲୁ ଖାନ, ଆବସ ଖାନ, ମହେନ୍ଦ୍ର ସାହୁ, ହରପ୍ରସାଦ ମାଝୀ, ମାନ ସିଂ ସାହୁ, ଘନଶ୍ୟାମ ସାହୁ, ନନ୍ଦ କିଶୋର ସାହୁ, ହେମ୍ କୁମାର ସାହୁ, ପ୍ରେମ ମାଝୀ, ପିଥୁଲାଲ ସାହୁ, ଗୋରଖନାଥ ସାହୁ, ବିରୁ ମହାନନ୍ଦ, ଟିକୁ ସାହୁ, ସଜ୍ଜନ ବରିହା, ସଞ୍ଜୟ ବାଗ, ଅଶୋକ ମହାରଣା, ଭାକୁଲ ସାହୁ, ବାଲକୁମାର ପଟେଲ, ଦେଓ କୁମାର ପଟେଲ, ସୀମାଲିନୀ ପଣ୍ଡା, ପ୍ରମିଳା ମଣ୍ଡଳ, ସୁନିତା ବର୍ମା, ଗଙ୍ଗା ଦଣ୍ଡ ସେନା, ଜମୁନା ଦଣ୍ଡସେନା, ଲେଶ ବାରିକ, ମନିଷା ରାଉତ, ଉତର ସବାର, ଲୀଳା ଦଣ୍ଡସେନା, ଯବନ୍ତୀ ସାହୁ, ପବନବାଇ ରାଉତ, ଲକ୍ଷ୍ମୀ ସବାର, ବିମଳ ସାହୁ ଏବଂ ଓମ୍କାର ସାହୁ ବିଜେପିରେ ଯୋଗଦେଇଛନ୍ତିି।

ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ସମସ୍ତ ନୂତନ ସଦସ୍ୟଙ୍କୁ ଉତରୀୟ ପ୍ରଦାନ କରି ଓ ଦଳୀୟ ଟୋପି ପିନ୍ଧାଇ ସ୍ୱାଗତ ଜଣାଇଥିଲେ । ଏହି ଅବସରରେ ସାଂସଦ ମାଳବିକା ଦେଓ, ବିଧାୟକ ଜୟ ଢ଼ୋଲକିଆ, ଖରିଆରୋଡ ଏନ୍ଏସସ୍ି ଚେୟାର ମ୍ୟାନ ସୋନିଆ ଜଏନ୍, ନୂଆପଡ଼ା ଜିଲ୍ଲା ସଭାପତି କମଳେଶ ଦିକ୍ଷୀତ, ବରିଷ୍ଠ ନେତା ଅଭିନନ୍ଦନ ପଣ୍ଡା, ପ୍ରସନ୍ନ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande