
କେନ୍ଦ୍ରାପଡ଼ା,୨୪ ଫେବୃଆରୀ(ହି.ସ.) – ବଳଦେବଜୀଉ ମନ୍ଦିରରେ ଅଣ ହିନ୍ଦୁ ପ୍ରବେଶ ଦୀର୍ଘ ସାତ ଘଂଟା ନୀତି ବିଳମ୍ବ ପାଳିଆ ସେବାୟତଙ୍କ ଅସନ୍ତୋଷ ଆଜି ବଳଦେବଜୀଉ ମନ୍ଦିର ରେ ଅଣ ହିନ୍ଦୁ ପ୍ରବେଶ ଉଦ୍ୟମ କରିବାରୁ ଶ୍ରୀଜୀଉ ଙ୍କ ନୀତି କାନ୍ତିରେ ଦୀର୍ଘ ସାତ ଘଂଟା ବିଳମ୍ବ ହୋଇଥିଲା ଛଅଟାରୁ ହବା ଜୟ ମଙ୍ଗଳା ଆଳତି ଦିନ ଗୋଟାଏ ହୋଇଥିଲା ରୋଷ ମାର୍ଜନା ପ୍ରତିଷ୍ଠା କାର୍ଯ୍ୟପରେ ଅନ୍ୟ ନୀତି କରାଯାଇଥିଲା ପ୍ରତ୍ୟେକ ଦିନ ଭଳି ଆଜି ଦିନରେ ମନ୍ଦିର ପଟ ଦକ୍ଷିଣ ଦିଗ ପାଚିର ଗେଟ୍ ଖୋଲା ଯାଇ ପୌରସଂସ୍ଥା କର୍ମଚାରିଙ୍କ ଦ୍ୱାରା ପତ୍ର ଆବର୍ଜନା ସଫା କରାଯାଇଥାଏ ସଫେଇ ପରେ ଛୋଟ କବାଟ ବନ୍ଦ କରାଯାଇଥାଏ ଆଜି ସିସିଟିଭି ଫୁଟେଜ ଯାଂଚରେ ଛ’ଟା ଏକ ଚାଳିଶିରୁ ବୟାଳୀଶୀ ମିନିଟ ଭିତରେ ଜଣେ ଅଣ ହିନ୍ଦୁ ଖୋଲାର ସୁଜଗ ନେଇ ଗେଟ୍ ପାଖରେ କିଛି ପ୍ଲାଷ୍ଟିକ ବୋତଲ ସଂଗ୍ରହ କରୁଥିଲା କୁଣ୍ଡରୁ ବେଢ଼ା ମଧ୍ୟକୁ ଜମାରୁ ଯାଇନଥିଲା ଜଣେ ସେବାୟତ ସେହି ବ୍ୟକ୍ତି କୁଣ୍ଡ ପାଖରୁ ଦେଖି ମନ୍ଦିର ବେଢ଼ା ମଧ୍ୟରେ ପ୍ରବେଶ କରିବା ନେଇ ପ୍ରଚାର କରିଥିଲା ଯାହା ଫଳରେ ବେଢ଼ାକୁ ଶୋଧନ କଲାପରେ ଶ୍ରୀ ଜୀଉଙ୍କ ନୀତି ସାତ ଘଂଟା ବିଳମ୍ବ ପରେ ଆରମ୍ଭ ହୋଇଥିବା ମନ୍ଦିର ପ୍ରଶାସନ ତରଫରୁ ସ୍ପଷ୍ଟିକରଣ ମିଳିଛି।
.......................................
ହିନ୍ଦୁସ୍ଥାନ ସମାଚାର / ରବି