
କେନ୍ଦ୍ରାପଡ଼ା,୨୪ ଫେବୃଆରୀ(ହି.ସ.) – କେନ୍ଦ୍ରାପଡା ଜିଲ୍ଲାରେ କାର୍ଯ୍ୟ କରୁଥିବା ବ୍ୟାଙ୍କ ସମୁହଙ୍କ ଜିଲ୍ଲା ସ୍ତରୀୟ ବୈଠକ ଜିଲ୍ଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଲିଡ ବ୍ୟାଙ୍କ ପକ୍ଷରୁ ଆୟୋଜିତ ଏହି ବୈଠକ ଜିଲ୍ଲାପାଳ ରଘୁରାମ ଆର ଆୟାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବ୍ୟାଙ୍କମାନଙ୍କର ଋଣ ପ୍ରଦାନ ସ୍ଥିତି ଉପରେ ସମୀକ୍ଷା କରାଯାଇଥିଲା। ଏଲଡିଏମ୍ ରମାକାନ୍ତ ମାଝିଙ୍କ ପରିଚାଳନାରେ ଆୟୋଜିତ ଏହି ବୈଠକରେ ଲାଇନ ଡିପାଟମେଂଟମାନେ ବ୍ୟାଙ୍କକୁ ଦେଉଥିବା ଲକ୍ଷ୍ୟକୁ ପୁରଣ କରିବା ପାଇଁ ଗୁରୁତ୍ୱାରୋପ କରାଯାଇଥିଲା। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଯଥା- କୃଷି ଋଣ, ବାଣିଜ୍ୟ ଋଣ, କ୍ଷୁଦ୍ର ବ୍ୟବସାୟୀ ଋଣ, ସ୍ୱୟଂ ସହାୟକ ଗୋଷ୍ଠୀ ଋଣ, କେସିସି ଋଣ ସହିତ ମୁଖ୍ୟମନ୍ତ୍ରୀ ଉଦ୍ୟାନ କୃଷି ଯୋଜନା ଋଣ ସଂପର୍କରେ ବିସ୍ତାର ଭାବେ ଆଲୋଚନା କରା ଯାଇଥିଲା। ବ୍ୟାଙ୍କ ସମୁହ କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ଋଣ ପ୍ରଦାନ କରି ସେମାନଙ୍କୁ ଆତ୍ମ ନିର୍ଭରଶୀଳ କରାଇବା ସହ ସରକାରଙ୍କ ଲକ୍ଷ୍ୟ ପୁରଣରେ ସହାୟତା କରିବାକୁ ବୈଠକରେ ଗୁରୁତ୍ୱ ଦିଆ ଯାଇଥିଲା। ଏହି ବୈଠକରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର କ୍ରେଡିଟ୍ ଡିପୋଜିଟ୍ ଆଏସିଆଇଓ ପାଇଁ ପୁରସ୍କୃତ କରାଯାଇଛି। ଏମ୍.ଏସ୍.ଏମ୍.ଇ ଉଚ୍ଚ ଅଭିବୃଦ୍ଧି ପାଇଁ ଏସବିଆଇର ମୁଖ୍ୟ ଶାଖା ପରିଚାଳକ, କୃଷି ଋଣ ପ୍ରଦାନ ପାଇଁ ବ୍ୟାଙ୍କ ଅଫ ମହାରାଷ୍ଟ୍ରର ଶାଖା ପରିଚାଳକ ଓ ସ୍ୱୟଂ ଚାଳକ ଗୋଷ୍ଠୀଙ୍କୁ ଋଣ ପ୍ରଦାନ ପାଇଁ ୟୁନିୟନ ବ୍ୟାଙ୍କର ଶାଖା ପରିଚାଳକଙ୍କୁ ପୁରସ୍କୃତ କରାଯାଇଛି। ଏଥିସହିତ ଜାତୀୟ କରଣ ବ୍ୟାଙ୍କ ଗୁଡିକୁ ସେମାନଙ୍କର ଲକ୍ଷ୍ୟ ପୁରଣ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତି, ଏସବିଆଇ ଆରଏମ୍ ଆରବିଓ ପାରାଦ୍ୱୀପ ର ପିୟୁଷ ରଂଜନ ସ୍ୱାଇଁ, ନାବାର୍ଡର ସ୍ମିତା ବଡଜେନା, ଆରବିଆଇ ର ଏଲଡିଓ ଅବିନାଶ ରାଉତ, ଉଦ୍ୟାନ କୃଷି ବିଭାଗ ସହକାରୀ ନିର୍ଦ୍ଦେଶକ ଦେବଦାସ ଦତ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଉମେଶ ମଲିକ, ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ସମେତ ଜିଲ୍ଲାର ସମସ୍ତ ଜାତୀୟ କରଣ ବ୍ୟାଙ୍କର ଶାଖା ପରିଚାଳକ ଓ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି