ଭୂତଳ ଜଳ ପରିଚାଳନା ଉପରେ ଜିଲ୍ଲାସ୍ତରୀୟ କର୍ମଶାଳା
ନୂଆପଡା, ୨୪ ଫେବୃଆରୀ (ହି.ସ.)- ନୂଆପଡା ଜିଲ୍ଲାରେ “ନାକୁଇମ୍ ସୁପାରିଶ ଓ ଭୂତଳ ଜଳ ପରିଚାଳନା” ଉପରେ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଆଜି ସଦଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳା କେନ୍ଦ୍ରୀୟ ଭୂତଳ ଜଳ ପରିଷଦ, ଦକ୍ଷିଣ ପ
Bhutala jala parichalna


ନୂଆପଡା, ୨୪ ଫେବୃଆରୀ (ହି.ସ.)- ନୂଆପଡା ଜିଲ୍ଲାରେ “ନାକୁଇମ୍ ସୁପାରିଶ ଓ ଭୂତଳ ଜଳ ପରିଚାଳନା” ଉପରେ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଆଜି ସଦଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳା କେନ୍ଦ୍ରୀୟ ଭୂତଳ ଜଳ ପରିଷଦ, ଦକ୍ଷିଣ ପୂର୍ବ କ୍ଷେତ୍ର, ଭୁବନେଶ୍ୱରଙ୍କ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା। “ନାକୁଇମ୍” ହେଉଛି ନ୍ୟାସନାଲ୍ ଆକ୍ୱିଫର୍ ମ୍ୟାପିଙ୍ଗ୍ ଆଣ୍ଡ୍ ମ୍ୟାନେଜମେଂଟ ପ୍ଲାନ୍। ଏହା ଭୂତଳ ଜଳ ସମ୍ପଦର ସଠିକ ମାପନ, ବୈଜ୍ଞାନିକ ପରିଚାଳନା ଓ ସଠିକ୍ ବ୍ୟବହାର ସୁନିଶ୍ଚିତ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ଜାତୀୟ କାର୍ଯ୍ୟକ୍ରମ। କର୍ମଶାଳାର ଆରମ୍ଭରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ସମସ୍ତ ଅତିଥି ଓ ଅଧିକାରୀମାନଙ୍କୁ ସ୍ୱାଗତ କରି ବୈଠକର ଉଦ୍ଦେଶ୍ୟ ଉପରେ ଅଲୋକପାତ କରିଥିଲେ। ସେ କହିଥିଲେ ଯେ, ଜିଲ୍ଲାରେ ଭୂଜଳର ସଠିକ ସଂରକ୍ଷଣ, ସମୂଚିତ ବ୍ୟବହାର ଓ ପୁନଭର୍ତି ପାଇଁ ସମସ୍ତ ବିଭାଗର ସମନ୍ୱିତ ପ୍ରୟାସ ଅତ୍ୟାବଶ୍ୟକ । ବୈଜ୍ଞାନିକ ସୁଧାଂଶୁ କୁମାର ମହାନ୍ତି ଓ ରାଜୀବ କୁମାର ତ୍ରିପାଠୀ ନାକୁଇମ୍ ସୁପାରିଶ ଉପରେ ବିସ୍ତୃତ ପ୍ରସ୍ତୁତିକରଣ କରିଥିଲେ। ସେମାନେ ଜଳ ସଂରକ୍ଷଣ ପାଇଁ ଚାଷ ପ୍ରଣାଳୀର ବିବିଧିକରଣ, ଡ୍ରିପ୍ ଇରିଗେଶନ୍ ଓ ସ୍ପ୍ରିଙ୍କଲର୍ ପ୍ରଣାଳୀ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ। ଏହା ସହ ବର୍ଷାଜଳ ସଂଗ୍ରହ, ଚେକ୍ ଡ୍ୟାମ୍ ନିର୍ମାଣ ଓ ଭୂଗର୍ଭ ଜଳ ପୁନଭର୍ତି ପଦକ୍ଷେପକୁ ଜୋରଦାର କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

କର୍ମଶାଳାରେ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ କ୍ଷମାନିଧି ଭୋଇ, ଉପନିର୍ଦ୍ଦେଶକ (ଭୂଜଳ) ହିମାଂଶୁ କୁମାର ମାଝି, ୱାଟରଶେଡ୍ ପ୍ରକଳ୍ପ ନିର୍ଦ୍ଦେଶକ ରଶ୍ମି ରଞ୍ଜନ ପାତ୍ର, ବିଭିନ୍ନ ବ୍ଲକ୍ ଉନ୍ନୟନ ଅଧିକାରୀ , ତହସିଲଦାର, ବିଭିନ୍ନ ବିଭାଗୀୟ ଯନ୍ତ୍ରୀ ଓ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande