ସଂସଦୀୟ ବିଧି ବ୍ୟବସ୍ଥାକୁ ଉଲଂଘନ କରୁଛି ବିଜେପି, ରାହୁଲ ଗାନ୍ଧିଙ୍କ ପ୍ରତି ଅପଶଦ୍ଦ ପ୍ରତିବାଦରେ କଂଗ୍ରେସର ଏତଲା
ଭଦ୍ରକ, ୨୪ ଫେବୃୟାରୀ (ହି.ସ.) - ଏପଷ୍ଟିନ ପ୍ରକରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ସଂପୃକ୍ତି ଦୃଷ୍ଟିରୁ ସେମାନଙ୍କ ଇସ୍ତଫା, ସେମାନଙ୍କ ବିରୋଧରେ ତଦନ୍ତ, ମନ୍ତ୍ରୀ ପୁରୀଙ୍କୁ ଗିରଫ କରିବା ଓ ଅପଶଦ୍ଦ ପ୍ରୟୋଗ ପାଇଁ ମନ୍ତ୍ରୀ କିରଣ ରିଜିଜୁ ଓ ସାଂସଦ ନିଶିକାନ୍ତ
CONGRESS FIR AT BHADRAK


ଭଦ୍ରକ, ୨୪ ଫେବୃୟାରୀ (ହି.ସ.) - ଏପଷ୍ଟିନ ପ୍ରକରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ସଂପୃକ୍ତି ଦୃଷ୍ଟିରୁ ସେମାନଙ୍କ ଇସ୍ତଫା, ସେମାନଙ୍କ ବିରୋଧରେ ତଦନ୍ତ, ମନ୍ତ୍ରୀ ପୁରୀଙ୍କୁ ଗିରଫ କରିବା ଓ ଅପଶଦ୍ଦ ପ୍ରୟୋଗ ପାଇଁ ମନ୍ତ୍ରୀ କିରଣ ରିଜିଜୁ ଓ ସାଂସଦ ନିଶିକାନ୍ତ ଦୁବେଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଳା କଂଗ୍ରେସ ସଭାପତି ନଳିନୀକାନ୍ତ ମହାନ୍ତିଙ୍କ ନେତୃତ୍ୱରେ ଏକ ବିକ୍ଷୋଭ ଶୋଭାଯାତ୍ରା ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା ସଭାପତି ଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭାଯାତ୍ରା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ଏସପିଙ୍କ କାର୍ଯ୍ୟାଳୟ ନିକଟରେ ପହଂଚିଥିଲା। ଏହି ଅବସରରେ ଜିଲ୍ଲା ସଭାପତି ଶ୍ରୀ ମହାନ୍ତି କହିଥିଲେ ଯେ, ଲୋକସଭାରେ ବିରୋଧି ଦଳ ନେତା ତଥା କଂଗ୍ରେସର ସର୍ବମାନ୍ୟ ନେତା ରାହୁଲ ଗାନ୍ଧୀ ଦେଶର ଗୌରବ ବୃଦ୍ଧି ପାଇଁ ସଦାସର୍ବଦା ଚେଷ୍ଟିତ ଥିବାେବେଳେ ଅସହିଷ୍ଣୁ ଶାସକ ଦଳ ବିଜେପି ପକ୍ଷରୁ ବାରମ୍ବାର ତାଙ୍କ ପ୍ରତି ଅପଶଦ୍ଦ ପ୍ରୟୋଗ କରୁଛି। ଭାରତୀୟ ସଂସଦୀୟ ଶାସନ ବ୍ୟବସ୍ଥାର ସମସ୍ତ ବିଧିବ୍ୟବସ୍ଥା ଓ ଶାଳୀନତାର ସ୍ପଷ୍ଟ ଉଲଂଘନ କରି ଖୋଦ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ କିରଣ ରିଜିଜୁ ପରମ ଦେଶଭକ୍ତ ରାହୁଲଜୀଙ୍କୁ ଦେଶର ସୁରକ୍ଷା ପ୍ରତି ବିପଦ ଆଖ୍ୟା ଦେବା ଅତ୍ୟନ୍ତ ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ। ବିବାଦୀୟ ଏପଷ୍ଟିନ ଫାଇଲ୍ସରେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ନାମ ଉଲ୍ଲେଖ ହେବା ଓ ପ୍ରଘଟ ହେବା ପର ମୁହୂତ୍ର୍ରେ ହିଁ, ସେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଦେବା କଥା। ଏପରିକି ସେ ବିବାଦୀୟ ଏପଷ୍ଟିନଙ୍କୁ ଏକାଧିକ ଥର ସାକ୍ଷାତ କରିଥିବା ସ୍ୱୀକାର କରିବା ପରେ ମଧ୍ୟ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦୂରର କଥା ତାଙ୍କୁ ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେବାକୁ କୁହାଯାଇ ନାହିଁ। ଏପଷ୍ଟିନ ପରି ଅତ୍ୟନ୍ତ ଘୃଣ୍ୟ ପ୍ରକରଣରେ ଶ୍ରୀ ପୁରୀଙ୍କ ସଂପୃକ୍ତି ପାଇଁ ତାଙ୍କୁ ମନ୍ତ୍ରୀ ପରିଷଦରୁ ତୁରନ୍ତ ବରଖାସ୍ତ କରାଯିବାକୁ ସେ ଦାବି କରିଥିଲେ। ଏହି ଏପଷ୍ଟିନ ଫାଇଲସରେ ଖୋଦ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମ ମଧ୍ୟ ଆସୁଥିବାର ସଂକେତ ମିଳୁଥିବାରୁ ‘ସିଜରର୍ସ ୱାଇଫ ମଷ୍ଟ ବି ଏବୋଭ ସସ୍ପିସିଅନ’ ନ୍ୟାୟରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଇସ୍ତଫା ଦେଇଦେବା ଉଚିତ। ଏହା ନକରି ଏପଷ୍ଟିନ ଶଦ୍ଦ ଉଚ୍ଚାରଣ କରିବାରୁ ଚୋର ମୁହଁ ଟାଣ ନୀତିରେ ଏହି ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ଓଲଟା ଶ୍ରୀ ଗାନ୍ଧୀଙ୍କ ବିରୋଧରେ କୁତ୍ସାରଟନାରେ ବିଜେପି ମନ୍ତ୍ରୀ ଓ ସାଂସଦ ଲାଗି ପଡ଼ିଛନ୍ତି। ସୂଚନାଯୋଗ୍ୟ ଜେନେରାଲ ନର୍ଭଣେଙ୍କ ପୁସ୍ତକରୁ ମୋଦିଙ୍କ ଅଯୋଗ୍ୟତା ଶ୍ରୀ ଗାନ୍ଧୀ ଧରା ପକାଇ ଦେବାରୁ ଗତ ଫେବ୍ରୁଆରୀ ୧୨ରେ ବିଜେପି ପକ୍ଷରୁ ସାଂସଦ ନିଶିକାନ୍ତ ଦୁବେଙ୍କୁ ଶ୍ରୀ ଗାନ୍ଧୀଙ୍କୁ ପାଲଟା ଆକ୍ରମଣ କରିବାକୁ ଦଳ ପକ୍ଷରୁ ନିୟୋଜିତ କରାଯାଇଥିଲା। ସେତେବେଳେ ମଧ୍ୟ ଶ୍ରୀ ଦୁବେ ଗାନ୍ଧୀଙ୍କ ପ୍ରତି ଅପଶଦ୍ଦ ପ୍ରୟୋଗ କରିଥିଲେ ଓ ତାଙ୍କୁ ଭାରତୀୟ ରାଜନୀତିରୁ ବିଦା କରାଯାଉ ବୋଲି କହିଥିଲେ। ଭାରତୀୟ ଜନମାନସରେ ସବୁଠାରୁ ସମ୍ମାନସ୍ପଦ ବ୍ୟକ୍ତିତ୍ୱ ଶ୍ରୀ ଗାନ୍ଧୀଙ୍କୁ ନିର୍ବାଚନୀ ରାଜନୀତିରୁ ଦୂରେଇ ରଖିବାକୁ ଶ୍ରୀ ଦୁବେ ବା ତାଙ୍କ ଦଳ ବିଜେପି କିଏ! ପୂର୍ବରୁ ଏନେଇ ବିଜେପିର ଅପଚେଷ୍ଟାକୁ ୱେନାଡ଼ ଓ ରାଏବରେଲିବାସୀ କଡ଼ା ଜବାବ ଦେବା ପରେ ମଧ୍ୟ ସେମାନେ ଏପରି ଆସ୍ପର୍ଦ୍ଧା କରୁଛନ୍ତି କାହିଁକି! ଗଣତନ୍ତ୍ରରେ ବିପକ୍ଷ ଦଳର ସ୍ୱରକୁ ଚାପି ଦେବାକୁ ଉପରୋକ୍ତ ଉଦ୍ୟମ ଦୃଷ୍ଟିରୁ ଦଳ ପକ୍ଷରୁ ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଶ୍ରୀ ମହାନ୍ତି ଦାବି କରିଥିଲେ। ଶେଷରେ ଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ ଏସପି ମନୋଜ କୁମାର ରାଉତଙ୍କୁ ୩ଦଫା ସମ୍ବଳିତ ଏତଲା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ କାର୍ଯ୍ୟକାରୀ ସଭାପତି ଦେବରୂପ ମହାନ୍ତି, ବରିଷ୍ଠ ନେତା ଦିଗମ୍ବର ଦାସ, ଅବଦୁଲ ମୋକିଦ ଖାନ, ପିତବାସ ଧଳ, ଜିଲ୍ଲା ଉପସଭାପତି ସତ୍ୟବାନ ଦାସ, ପ୍ରଦ୍ୟୁମ୍ନ ଦାସ, ଦେବବ୍ରତ ମହାନ୍ତି, ଜ୍ୟୋତ୍ସ୍ନାରାଣୀ ପତି, ରଜନୀକାନ୍ତ ଚାନ୍ଦ, ବାସୁଦେବପୁର ନଗର ସଭାପତି ଭକ୍ତରଂଜନ ପଟ୍ଟନାୟକ, ଚାନ୍ଦବାଲି ବ୍ଳକ ସଭାପତି ସୁବାଶିଷ ମଲ୍ଲିକ, ଭଣ୍ଡାରିପୋଖରୀ ବ୍ଳକ ସଭାପତି ଅଜୟ କୁମାର ସାହୁ, ଧାମନଗର ଏନଏସି ସଭାପତି ପ୍ରମୋଦ କୁମାର ସ୍ୱାଇଁ, ଗୋଲକ ଚନ୍ଦ୍ର ବେହେରା, ପ୍ରସନ୍ନ ଧଳ, ନିରଞ୍ଜନ ପଲେଇ, ବୈଲୋଚନ ପଣ୍ଡା, ଏନାମୁଲ ହକ୍, ବିଦ୍ୟାଧର ଜେନା, ଜଗନ୍ନାଥ ମିଶ୍ର, ବଳରାମ ରାଉତ, ଇଲିୟାସ ଅଲ୍ଲୀ ଖାନ, ଶର୍ମିଷ୍ଠା ପଣ୍ଡା, ଧରିିତ୍ରୀ ଜେନା, ପବିତ୍ର ପୃଷ୍ଟି, ବିଜୟ ବାରିକ, ସାଦ ସିଦ୍ଦିକ୍, ମନୋଜ ମଲ୍ଲିକ, ସନ୍ଦିପ ଜେନା, ସୁଶାନ୍ତ ବାରିକ, ଗୟାଧର ସେଠୀ, ସୁଶାନ୍ତ ପଲେଇ, ସଂଜୟ ମିଶ୍ର, ପ୍ରଭାତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande