
କେନ୍ଦ୍ରାପଡ଼ା,୨୪ ଫେବୃଆରୀ(ହି.ସ.) – ଜିଲ୍ଲ।ପାଳ ରଘୁରାମ ଆୟର ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା, ମହାକାଳପଡ଼ା ଓ ଜମ୍ବୁ ମେରେଇନ ଥାନା ଅଧିନସ୍ଥ ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଓରିଶବିନ୍ଧ ଗ୍ରାମର ବୁଲୁପତି ଦାସଙ୍କ ଠାରୁ ୪୨ ଲିଟରବିଦେଶୀ ମଦ, ନିକିରାଇ ଗ୍ରାମର ଦୀପକ ସେଠୀଙ୍କ ଠାରୁ ୩୧ ଲିଟର ବିଦେଶୀ ମଦ, ଏକଲପୁର ଗ୍ରାମର ସରୋଜ ରାଉତଙ୍କ ଠାରୁ ୫୬ ଲିଟର ବିଦେଶୀ ମଦ, କଂସାର ଗ୍ରାମର ହିମାଂଶୁ ମାନାଙ୍କ ଠାରୁ ୨୫୦ କିଗ୍ରାର ଗୁଡପୋଚଓ ମନୋରଂଜନ ସ୍ୱାଇଁଙ୍କ ଠାରୁ ୩୨ ଲିଟର ବିଦେଶୀ ମଦ, କାଂଟିଆ ଗ୍ରାମର ଜଗବନ୍ଧୁ ରାଉତଙ୍କ ଠାରୁ ୨୬ ଲିଟର ବିଦେଶୀ ମଦ, ରମନଗର ଗ୍ରାମର ବୀର କିଶୋର ସାହୁଙ୍କ ଠାରୁ ୨୯ ଲିଟର ବିଦେଶୀ ମଦ, ଆମ୍ବାବିଲାରୀ ଗ୍ରାମର ସୁମନ୍ତ ହାଉଳିଙ୍କ ଠାରୁ ୧୫ ଲିଟର ଦେଶୀ ରନ୍ଧା ମଦ ଓ ଧନିଆପଡ଼ା ଗ୍ରାମର ସରୋଜ ମହାନ୍ତିଙ୍କ ଠାରୁ ୨୫ ଲିଟର ବିଦେଶୀ ମଦ ଜବତ କରାଯାଇ ଏମାନଙ୍କୁ ଗିରଫ କରାଯାଇଅଛି। ଏମାନଙ୍କ ପାଖରୁ ସମୁଦାୟ ୫୦୬ ଲିଟର ବିଦେଶୀ, ଦେଶୀ ରନ୍ଧା ଓ ଗୁଡପୋଚ ମଦ ଜବତ କରାଯାଇ ୦୯ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଅଛି। ଏ ହି ଚଢ଼ାଉରେ ଅବକାରୀ ଉପନିରିକ୍ଷକ ପ୍ରିୟଦର୍ଶୀ ମାନସ ରଞ୍ଜନ ମିଶ୍ର, ମିସ ଋତୁପ୍ରଭା ସ୍ୱାଇଁ, ସହକାରୀ ଉପନିରିକ୍ଷକ ସୁନୀଲ କୁମାର ମିଶ୍ର, ଜଗନ୍ନାଥ ବେସେରା ଓ ଅନ୍ୟ କର୍ମଚାରୀ ସାମିଲ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି