ଝାରସୁଗୁଡ଼ା ପୌରପାଳିକାରେ ନିର୍ମିତ ବହୁମୁଖୀ ପ୍ରେକ୍ଷାଳୟ ପରିଦର୍ଶନ କଲେ ଜିଲ୍ଲାପାଳ
The District Collector inspected the newly constructed multi-purpose auditorium at Jharsuguda Municipality
ଝାରସୁଗୁଡ଼ା ପୌରପାଳିକାରେ ନିର୍ମିତ ବହୁମୁଖୀ ପ୍ରେକ୍ଷାଳୟ ପରିଦର୍ଶନ କଲେ ଜିଲ୍ଲାପାଳ


ଝାରସୁଗୁଡ଼ା, ୨୪ ଫେବୃଆରୀ (ହି.ସ.)- ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣ ଆଜି ଝାରସୁଗୁଡ଼ା ପୌରପାଳିକା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ନିର୍ମିତ ହୋଇଥିବା ବହୁମୁଖୀ ପ୍ରେକ୍ଷାଳୟ ପରିଦର୍ଶନ କରିବା ସହ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ପରିଦର୍ଶନ ସମୟରେ ଜିଲ୍ଲାପାଳ ନବନିର୍ମିତ କୋଠାର, ଭିତିଭୂମି ଏବଂ ଆନୁଷଙ୍ଗିକ ସୁବିଧାର ଅନୁଧ୍ୟାନ କରିଥିଲେ। ସ୍ଥାନୀୟ ବାସିନ୍ଦାଙ୍କ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଏହି ବହୁମୁଖୀ ପ୍ରେକ୍ଷାଳୟ ଗୁଡ଼ିକ ସହାୟକ ହେବ। ପରିଦର୍ଶନ କାଳରେ ଜିଲ୍ଲାପାଳ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କୁ ସମସ୍ତ ନିର୍ମାଣ କାର?୍ୟ୍ୟ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ସମ୍ପୂର୍ଣ୍ଣ ହୋଇସାରିଥିବା ବହୁମୁଖୀ ପ୍ରେକ୍ଷାଳୟ ଗୁଡ଼ିକୁ ଜିଲ୍ଲାର ୩ଟି ପୌରପାଳିକା କର୍ତୃପକ୍ଷଙ୍କୁ ତୁରନ୍ତ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଜିଲ୍ଲାପାଳଙ୍କ ଏହି ପରିଦର୍ଶନ ସମୟରେ ପୌରପାଳିକାର ବରିଷ୍ଠ ଅଧିକାରୀ ଏବଂ ବିଭାଗୀୟ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ। ନିର୍ମାଣ କାର୍ଯ୍ୟରେ ସ୍ୱଚ୍ଛତା ଏବଂ ଗୁଣବତା ବଜାୟ ରଖିବା ସହିତ ସାର୍ବଜନୀନ ବ୍ୟବହାର ଉପଯୋଗୀ କରିବା ପାଇଁ ସମସ୍ତ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande