
କେନ୍ଦୁଝର, ୨୪ ଫେବ୍ରୁଆରି (ହି.ସ.) - କେନ୍ଦୁଝର ଜିଲ୍ଲା କଂଗ୍ରେସ ତରଫରୁ ଆଜି ଟାଉନ ଥାନା ରେ ଏତଲା ଦାଏର କରାଯାଇଛି । ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ସର୍ବମାନ୍ୟ ନେତା ଶ୍ରୀ ରାହୁଲ ଗାନ୍ଧୀ ଦେଶର ଗୌରବ ବୃଦ୍ଧି ପାଇଁ ସଦାସର୍ବଦା ଚେଷ୍ଟିତ ଥିବା ବେଳେ ଅସହିଷ୍ଟୁଶାସକ ଦଳ ବିଜେପି ପକ୍ଷରୁ ବାରମ୍ବାର ତାଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରାଯାଉଛି । ଭାରତୀୟ ଶାସନ ବ୍ୟବସ୍ଥାର ସମସ୍ତ ବିଧିବ୍ୟବସ୍ଥା ଓ ଶାଳୀନତାର ସ୍ପଷ୍ଟ ଉଲ୍ଲଂଘନ କରି ଖୋଦ ସଂସଦୀୟ ବ୍ୟାପର ମନ୍ତ୍ରୀ କିରଣ ରିଜିକୁ ପରମ ଦେଶଭକ୍ତ ରାହୁଳ ଗାନ୍ଧିକୁ ଦେଶର ସୁରକ୍ଷା ପ୍ରତି ବିପଦ ବୋଲି ଆଖ୍ୟାଦେବା ଅତ୍ୟନ୍ତ ନିନ୍ଦନୀୟ । ବିବାଦୀୟ ଏପଷ୍ଟିନ ଫାଇଲ୍ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରିକ ନାମ ଉଲ୍ଲେଖ ହେବା ପ୍ରଘଟ ହେବା ପର ମୁହୁର୍ତରେ ହିଁ ସେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା କଥା ଓ ଏପରିକି ସେ ବିବାଦୀୟ ଏପଷ୍ଟିନଙ୍କୁ ଏକାଧିକ ଥର ସାକ୍ଷାତ କରିଥିବା ସ୍ୱୀକାର କରିବା ପରେ ମଧ୍ୟ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ତ ଦୁରର କଥା, ତାଙ୍କୁ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେବାପାଇଁ ମଧ୍ୟ କୁହାଯାଇନାହିଁ । ଏପଷ୍ଟିନ ପରି ଅତ୍ୟନ୍ତ ଘୃଣ୍ୟ ପ୍ରକରଣରେ ଶ୍ରୀ ପୁରୀଙ୍କ ସଂପୃକ୍ତି ପାଇଁ ତାଙ୍କୁ ମନ୍ତ୍ରୀପରିଷଦରୁ ତୁରନ୍ତ ବରଖାସ୍ତ କରାଯିବା ସହ ତାଙ୍କୁ ଗିରଫ କରାଯାଉ । ଏହି ଫାଇଲସରେ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମ ମଧ୍ୟ ଆସୁଥିବାର ସଂଙ୍କେତ ମିଳୁଥିବାରୁ ସିଜରର୍ସ ୱାଇଫ୍ ମାଷ୍ଟ ବି ଏବଭ ସସ୍ପିସିୟନ ନ୍ୟାୟରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଇସ୍ତଫା ଦେଇଦେବା ଉଚିତ, ଏହା ନ କରି ଓଲଟା ଏପଷ୍ଟାଇନ ଶବ୍ଦ ଉଚ୍ଚ।ରଣ କରିବାରୁ ଚେ।ର ମୁହଁ ଟାଣ ନୀତିରେ ଧ୍ୟାନ ହଟାଇବା ପାଇଁ ଓଲଟା ଶ୍ରୀ ଗାନ୍ଧୀଙ୍କ ବିରୋଧରେ ବିଜେପି ମନ୍ତ୍ରୀ ଓ ସାଂସଦ ଲାଗିପଡିଛନ୍ତ । ଅପଶବ୍ଦ ପ୍ରୟୋଗ ପାଇଁ ମନ୍ତ୍ରୀ ରିଜିଜୁ ଓ ସାଂସଦ ଦୁବେକୁଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରାଯାଉ, ଏ ନେଇ ପିସିସି ସଭାପତି ନିର୍ଦେଶ କ୍ରମେ ପ୍ରତ୍ୟେକ ଜିଲ୍ଲା ହେଡ଼ କ୍ୱାଟର ଠାରେ ଏତଲା ଦାଏର କରାଯାଉଛି କ୍ଷ ଏଥିରେ ପୂର୍ବତନ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର,ପିସିସି ସାଧାରଣ ସମ୍ପାଦକ ସୁବର୍ଣ୍ଣ ନୟକ, ପୂର୍ବତନ ପିସିସି ସମ୍ପାଦକ ସଂଗ୍ରାମ ଦାସ, ପୂର୍ବତନ ସଭାପତି ମୋହନ ପରିଡା, ଲଳିତ ମୋହନ ନୟକ, ସୁଢଳ କୁମାର ସେଠୀ, ଉତମ କୁମାର ସାହୁ, ରତ୍ନାକର ଜେନା, ଖିରୋଦ ପାତ୍ର, ଦିନେଶ ରାଉତ, ଲୋକନାଥ ଟୁଡୁ, ରଶ୍ମି ରଞ୍ଜନ ଜେନା, ପୂର୍ଣ୍ଣ ଚନ୍ଦ୍ର ଦାସ,ପ୍ରଦୀପ ଦାସ, ପବିତ୍ର ପାତ୍ର, ହୃଦାନନ୍ଦ ସେଠୀ ପ୍ରଭୁତି ଥିଲେ ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA