ପୁଡାପାଲି ବ୍ରିଜ୍ ତଳୁ ନବଜାତକର ମୃତଦେହ ଉଦ୍ଧାର
ବଲାଙ୍ଗୀର,୨୪ ଫେବୃଆରୀ(ହି.ସ.) – ଆଜି ସକାଳେ ବଲାଙ୍ଗୀର- ପୁଡାପାଲି ନିବୃତି ଯୋର ବ୍ରିଜ୍ ତଳୁ ଏକ ମୃତ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି। ଶିଶୁ ଟିକୁ କେହି ଏଠାରେ ଫିଙ୍ଗି ଦେଇଥିବା ନେଇ ଅନୁମାନ କରାଯାଉଛି। ତେବେ ଶିଶୁକନ୍ୟାର ମୃତ୍ୟୁ ହୋଇ ଥିବା ଜଣାଯାଇଛି। ଖବର ଅନୁସାରେ, ଗାଁ ଲୋକେ ଜୋର
ପୁଡାପାଲି ବ୍ରିଜ୍ ତଳୁ ନବଜାତକର ମୃତଦେହ ଉଦ୍ଧାର


ବଲାଙ୍ଗୀର,୨୪ ଫେବୃଆରୀ(ହି.ସ.) – ଆଜି ସକାଳେ ବଲାଙ୍ଗୀର- ପୁଡାପାଲି ନିବୃତି ଯୋର ବ୍ରିଜ୍ ତଳୁ ଏକ ମୃତ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି। ଶିଶୁ ଟିକୁ କେହି ଏଠାରେ ଫିଙ୍ଗି ଦେଇଥିବା ନେଇ ଅନୁମାନ କରାଯାଉଛି। ତେବେ ଶିଶୁକନ୍ୟାର ମୃତ୍ୟୁ ହୋଇ ଥିବା ଜଣାଯାଇଛି।

ଖବର ଅନୁସାରେ, ଗାଁ ଲୋକେ ଜୋରକୁ ଶୌଚ ହେବା ପାଇଁ ଯିବାବେଳେ ନବଜାତ ଶିଶୁକନ୍ୟା ବ୍ରିଜ ତଳେ ପଡିଥିବା ଦେଖିବାକୁ ପାଇଥିଲେ। ଏହାପରେ ପୁଇଁନ୍ତଲା ପୋଲିସ ଓ ବଲାଙ୍ଗୀର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚିି ନବଜାତ ଶିଶୁ କନ୍ୟା ମୃତଦେହ ଉଦ୍ଧାର କରିଥିବା ଜଣାପଡିଛି। ଅବୈଧ ସନ୍ତାନ ହୋଇଥିବାରୁ ଏହି କାଣ୍ଡ ଘଟାଇଥିବା ଅଂଚଳରେ ଚର୍ଚ୍ଚା ହେଉଛି। ଅଗ୍ନିଶମ ବିଭାଗ ଉଦ୍ଧାର କରିବା ପରେ ଶିଶୁ କନ୍ୟାକୁ ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ନେଇଥିବା ଜଣାପଡିଛି। ତେବେ କିଏ ଏଭଳି କାଣ୍ଡ ଘଟାଇଲା ତାହା ବର୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande