
ମାଲକାନଗିରି, ୨୪ ଫେବୃଆରୀ (ହି.ସ.)-
ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ, ରାଜ୍ୟ ସରକାରଙ୍କ ଜାତୀୟ ସେବା ଯୋଜନା ଏଵଂ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ, ମାଲକାନଗିରି ଅନୁକୁଲ୍ୟରେ ଆସନ୍ତା ମାର୍ଚ୍ଚ ୧ ତାରିଖରେ ମାଲକାନଗିରି ଜିଲ୍ଲା ସଂସ୍କୃତି ଭବନ ଠାରେ –“ବିକଶିତ ଭାରତ ଯୁବ ସଂସଦ-୨୦୨୬’’ ଅନୁଷ୍ଠିତ ହେବାକୁ ଯାଉଛି l ଏହି ପରିପ୍ରେକ୍ଷୀରେ ଆଜି ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଆଲୋକ କୁମାର ପାତ୍ର, ଡଃ. ଦେବାଶିଷ ପାହି ଏନ୍.ଏସ୍.ଏସ୍ ପ୍ରୋଗ୍ରାମ ଅଫିସର ଓ ଭିବିଏୱାଇପି ସମନ୍ୱୟକାରୀ, ଡଃ. ହିମାଂଶୁ ଶେଖର ସାହୁ ଆକାଉଣ୍ଟ ବର୍ସର, ଡ଼ଃ. ପ୍ରସନ୍ନ କୁମାର ବରାଳ ପ୍ରଶାସନିକ ବର୍ସର, ଡ଼ଃ. ନାଇଜେଲ ପିଟର ଓ’ବ୍ରାଏନ ନାଆକ୍ ସମନ୍ୱୟକାରୀ ଏବଂ ଶ୍ରୀମତୀ କଳ୍ପନା ଦଳାଇ ଆଇ.ସି.ସି. ଅଧିକାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ । ଅଧ୍ୟକ୍ଷ ଡଃ. ଆଲୋକ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା I ଏହି କାର୍ଯ୍ୟକ୍ରମଟି ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ପକ୍ଷରୁ ମିନିଷ୍ଟ୍ରି ଅଫ ୟୁଥ ଆଫଇରସ ଏଣ୍ଡ ସ୍ପୋର୍ଟ୍ସ ଏବଂ ଏନ ଏସ ଏସ ବ୍ୟୁରୋ ଭୁବନେଶ୍ୱରଙ୍କ ସହଯୋଗୀତାରେ ଆୟୋଜନ ହେବା ନେଇ ସମସ୍ତ ସୂଚନା ପ୍ରଦାନ କରିଥିଲେ l ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରୁ ପ୍ରାୟ ୨୦୦ ଛାତ୍ର ଛାତ୍ରୀ ଯୋଗଦାନ କରିପାରିବା ନେଇ ଅକାଳନ କରାଯାଇଥିବା ବେଳେ, ଏହି କାର୍ଯ୍ୟକ୍ରମରେ ୧୮ ରୁ ୨୫ ବର୍ଷର ଯୁବକ ଓ ଯୁବତୀ ଅଂଶଗ୍ରହଣ କରିପାରିବେ ବୋଲି ସୂଚନା ପ୍ରଦାନ କରିଥିଲେ I କାର୍ଯ୍ୟକ୍ରମରେ ତିନୋଟି ଭାଷାରେ ପ୍ରତିଯୋଗିତା ମାନ ଅନୁଷ୍ଠିତ ହେବ ଯାହା -ଓଡ଼ିଆ, ହିନ୍ଦୀ ଏବଂ ଇଂରାଜୀ I ଏହି ପ୍ରତିଯୋଗିତାରେ ଯେଉଁମାନେ କୃତିତ୍ୱ ଅର୍ଜନ କରିବେ ସେମାନେ ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟ ସ୍ତରୀୟ ଏବଂ ଜାତୀୟ ସ୍ତରୀୟରେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ନେଇ ସୂଚନା ଦିଆଯାଇଥିଲା I ଏହି ପ୍ରତିଯୋଗିତାର ଶୀର୍ଷକ –“୫୦ ବର୍ଷର ଜରୁରୀକାଳୀନ ପରିସ୍ଥିତି: ଭାରତୀୟ ଗଣତନ୍ତ୍ର ପାଇଁ ଶିକ୍ଷା’ ରଖାଯାଇଛି l ସମସ୍ତ ପ୍ରତିଯୋଗୀଙ୍କ ପ୍ରତିଯୋଗିତା ସମାପ୍ତ ପରେ ଚୂଡାନ୍ତ ଫଳାଫଳ ନିର୍ଣ୍ଣୟ କରାଯିବ ବୋଲି ଡଃ. ଦେବାଶିଷ ପାହି ସୂଚନା ପ୍ରଦାନ କରିଥିଲେ ଏଵଂ ଏହି କାର୍ଯ୍ୟକ୍ରମରେ ବିଦ୍ୟାର୍ଥୀମାନେ -ମାଇଁ ଭାରତ.ଗଭେଣ୍ଟ.ଇନ ୱେବସାଇଟକୁ ଯାଇ ପଞ୍ଜିକରଣ କରିପାରିବାର ସମ୍ପୂର୍ଣ୍ଣ ସୋପାନ ବିଷୟରେ ମଧ୍ୟ ସୂଚନା ପ୍ରଦାନ କରିଥିଲେ I
ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ, କର୍ମଚାରୀ ଏବଂ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ l
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ