

ଜୟପୁର, ୨୪ ଫେବ୍ରୁଆରି (ହି.ସ.) - ଜାମିନ ବିହୀନ ଗିରଫ ପରୱାନକୁ କାର?୍ୟ୍ୟକାରୀ କରିବା ଥାନା ଅଧିକାରୀଙ୍କ ଦାୟିତ୍ୱ - କନୱର ବିଶାଳ ସିଂହ,ଡିଆଇଜି, କୋରାପୁଟଗଂଜା ଚାଷ, ଚାଷୀ ଓ ଚୋରା ଚାଲାଣ କାରୀଙ୍କ ସମେତ ଘଈଡଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ପଡୋଶୀ ଆନ୍ଧ୍ର ପୋଲିସ ଓ ଓଡିଶା ପୋଲିସ ମଧ୍ୟରେ ତଥ୍ୟ ଆଦାନ ପ୍ରଦାନ କରିବା ପାଇଁ ନିଷ୍ପତି ନିଆଯାଇଛି।ଓଡିଶା ଓ ଆନ୍ଧ୍ର ସୀମାନ୍ତ ବର୍ତୀ ଅଂଚଳରେ ଗଞ୍ଜା ଚାଷ ଓ ଚୋରାଚାଳାନକୁ ସମୂଳେ ମୁଳ ପୋଛ କରିବା ପାଇଁ ଓଡିଶା ପୋଲିସ ଓ ଆନ୍ଧ୍ର ପ୍ରଦେଶ ପୋଲିସ ମଧ୍ୟରେ ଏକ ଭିଡିଓ କଣଫରେନ୍ସ ଜରିଆରେ ସଂଯୁକ୍ତ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଗଞ୍ଜା ବିରୋଧୀ କାର୍ଯ୍ୟକଳାପକୁ ଅଧିକ ସକ୍ରିୟ ଓ ସମନ୍ୱିତ ଭାବେ ଆଗେଇ ନେବାକୁ ଗୁରୁତ୍ୱ ଦିଆଯାଇଛି।
ଏହି ବୈଠକରେ ଦକ୍ଷିଣ ପଶ୍ଚିମ ରେଞ୍ଜ (ଝଡଜ), କୋରାପୁଟର ପୁଲିସ ଉପମହାନିର୍ଦ୍ଦେଶକ ସହ କୋରାପୁଟ, ରାୟଗଡା ଓ ମାଲକାନଗିରି ଜିଲ୍ଲାର ପୁଲିସ ଅଧୀକ୍ଷକମାନେ ଉପସ୍ଥିତ ଥିଲେ। ଆନ୍ଧ୍ର ପ୍ରଦେଶର ବିଶାଖାପଟ୍ଟଣମ ରେଞ୍ଜର ପୁଲିସ ମହାନିର୍ଦ୍ଦେଶକ ସହ ଆଲୁରି ସୀତାରାମ ରାଜୁ ଓ ଆନକାପଲ୍ଲୀ ଜିଲ୍ଲାର ପୁଲିସ ଅଧୀକ୍ଷକମାନେ ମଧ୍ୟ ଆଲୋଚନାରେ ଭାଗ ନେଇଥିଲେ।
ବୈଠକରେ ସୀମାନ୍ତ ଅଂଚଳରେ କାର୍ଯ୍ୟରତ ଆନ୍ତର୍ରାଜ୍ୟ ଚୋରାଚାଳାନ କାରୀମାନଙ୍କ ବିଷୟରେ ସୂଚନାର ମୁକ୍ତ ଆଦାନ-ପ୍ରଦାନ କରିବା ସହ ମିଳିତ ଭାବେ ଚଢ଼ାଉ କରିବାକୁ ସିଦ୍ଧାନ୍ତ ନିଆଯାଇଛି।
କୋରାପୁଟ, ରାୟଗଡା ଓ ମାଲକାନଗିରି ପୋଲିସଙ୍କ ଦ୍ୱାରା ଗଂଜେଇ ଚୋରା ଚାଲାଣକାରିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତିନି ଜିଲ୍ଲାର ପୋଲିସର ପଦକ୍ଷେପକୁ କୋରାପୁଟ ସ୍ଥିତ ଦକ୍ଷିଣ ପଶ୍ଚିମାଂଚଳ ଡିଆଇଜି, କନୱର ବିଶାଳ ସିଂହ ପ୍ରଶଂସା କରିଛନ୍ତି।
ପୋଲିସ ର ତଥ୍ୟ ଅନୁଯାୟୀ, ୧ ଜାନୁଆରୀ ୨୦୨୫ ଠାରୁ ଏପର୍ଯ୍ୟନ୍ତ କୋରାପୁଟ ପୋଲିସ ୧୩୧ଟି ଘଊଚଝ ମାମଲା ରୁଜୁ କରି ୭୨ ଜଣଙ୍କୁ ଗିରଫ କରିଛି। ଏହାସହ ୨୦,୪୭୭ କିଲୋଗ୍ରାମ ଗଞ୍ଜା,୨.୮୩ ଗ୍ରାମ ବ୍ରାଉନ ସୁଗାର ଓ ୧ ଲିଟର ହାଶିଶ ତେଲ ଜବତ କରାଯାଇଛି।
ସେହିପରି ସମୟସୀମାରେ ମାଲକାନଗିରି ପୋଲିସ ୧୦୨ଟି ମାମଲା ରୁଜୁକରି ୧୨୧ ଜଣଙ୍କୁ ଗିରଫ କରିଥିବା ବେଳେ ୩୩,୬୭୧.୭ କିଲୋଗ୍ରାମ ଗଞ୍ଜା ଓ ୬୨ ଲିଟର ହାଶିଶ ତେଲ ଜବତ କରିଛି।
ବୈଠକରେ ଆଗାମୀ ଦିନରେ ତଥ୍ୟ ଆଦାନ ପ୍ରଦାନ ବ୍ୟବସ୍ଥାକୁ କ୍ଷିପ୍ର ଓ ସୁଦୃଢ କରିବା, ଆନ୍ତର୍ରାଜ୍ୟ ମାଫିଆଙ୍କ ଜାଲକୁ ଧରିବା ପାଇଁ ସଂଯୁକ୍ତ ଚଢ଼ାଉ ବଢ଼ାଇବା ଓ ଆନ୍ତଜିଲା ଓ ଆନ୍ତର୍ରାଜ୍ୟ ନନ୍-ବେଲେବଲ୍ ୱାରେଂଟ କାର୍ଯ୍ୟାନୁଷ୍ଠାନ କରିବାକୁ ସଙ୍କଳ୍ପ ନିଆଯାଇଛି। ଏହାକୁ ତ୍ୱରିତ କାର୍ଯ୍ୟକାରୀ କରିବାକୁ ଥାନା ଅଧିକାରୀମାନଙ୍କର ଦାୟିତ୍ୱ। ଏଥିର ଅବହେଳା କଲେ ଥାନାର ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ଗଂଜା ଚାଷକୁ ଶୂନ ସ୍ତରକୁ ଆଣିବା ,ଫରୱାର୍ଡ ଲିଙ୍କେଜ ସ୍ଥାପନ କରିବା, ଆନ୍ତର୍ରାଜ୍ୟ ଚୋରାଚାଳାନକାରୀମାନଙ୍କ ତଥ୍ୟ ସଂଗ୍ରହ କରି ସେମାନଙ୍କୁ ଗିରଫ କରିବା, ଆର୍ôଥକ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିବା,ଜାମିନ ବିହୀନ ଗିରଫ ପାରୱାନ କୁ ଶତ ପ୍ରତିଶତ କାଯ୍ୟ କାରି କରିବାକୁ ନିଷ୍ପତି ନିଆଯାଇଛି।ସମ୍ପୃକ୍ତ ସମସ୍ତ ବ୍ୟକ୍ତି ମାନଙ୍କୁ ଠାବ କରି ଗିରଫ କରିବାକୁ ସମସ୍ତ ପୁଲିସ ଅଧୀକ୍ଷକଙ୍କୁ ନିର୍ଦେଶ ଦିଆ ଯାଇଛି। ମାମଲାଗୁଡ଼ିକର ବିଚାର ପ୍ରକ୍ରିୟାକୁ କଢ଼ା ନଜରରେ ରଖି ବଳିଷ୍ଠ ତଥ୍ୟ ପ୍ରମାଣ ରଖି ଅଭିଯୁକ୍ତ ମାନଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ଆଭାଶି ବୈଠକରେ ନିଷ୍ପତି ନିଆଯାଇଥିବା ଦକ୍ଷିଣ ପଶ୍ଚିମାଂଚଳ ଡିଆଇଜି କନୱାର ବିଶାଳ ସିଂହ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି