ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା
ଭବାନୀପାଟଣା, ୨୪ ଫେବୃଆରୀ (ହି.ସ.)- ଆଜି କଳାହାଣ୍ଡି ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳାକୁ ସାଂସଦ କଳାହାଣ୍ଡି ଶ୍ରୀମତୀ ମାଳବିକା ଦେବୀ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ । ଏହି ମେଳାରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୁଆନ, ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଏବଂ ସରକାରୀ ବହୁବୃତ୍ତି
ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଏକ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ଭବାନୀପାଟଣା ଠାରେ ଅନୁଷ୍ଠିତ ହୋଇଯାଇଅଛି ।


ଭବାନୀପାଟଣା, ୨୪ ଫେବୃଆରୀ (ହି.ସ.)- ଆଜି କଳାହାଣ୍ଡି ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳାକୁ ସାଂସଦ କଳାହାଣ୍ଡି ଶ୍ରୀମତୀ ମାଳବିକା ଦେବୀ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ । ଏହି ମେଳାରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୁଆନ, ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଏବଂ ସରକାରୀ ବହୁବୃତ୍ତି ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଉପସ୍ଥିତ ରହି ନିଜର ବହୁମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । ସଭାକୁ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଦୁର୍ଗା ଚରଣ ଦାସ ଏବଂ ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ସୁବିଦିତ ସାମନ୍ତରାୟ ପରିଚାଳନା କରିଥିଲେ । ଏହି ନିଯୁକ୍ତି ମେଳାରେ ମୋଟ ୧୮ଗୋଟି ନିଯୁକ୍ତି ଦାତା କମ୍ପାନୀ ଏବଂ ୯ ଜଣ ପ୍ରଶିକ୍ଷଣ ପ୍ରଦାନକାରୀ ସଂସ୍ଥା ଯୋଗ ଦେଇଥିଲେ । ଏହି ମେଳାରେ ବିଭିନ୍ନ ବ୍ଲକ ରୁ ସର୍ବମୋଟ ୧୨୫୪ ଜଣ ଛାତ୍ର ଛାତ୍ରୀ ଏବଂ ନିଯୁକ୍ତି ଆଶାୟୀ ପ୍ରାର୍ଥୀ ମାନେ ଯୋଗଦେଇ ନିଜର ପସନ୍ଦର ନିଯୁକ୍ତି ଦାତାଙ୍କ ପାଖରେ ନାମ ପଞ୍ଜିକରଣ କରିଥିଲେ । ତନ୍ମଧ୍ୟରୁ ୫୬୨ ଜଣ ନିଯୁକ୍ତି ପାଇଁ ଏବଂ ୪୧୨ ଜଣ ପ୍ରଶିକ୍ଷଣ ପାଇଁ ପଞ୍ଜିକରଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ


 rajesh pande