ପ୍ରେମ ପାଇଁ ମା ଓ ଭାଇକୁ ହତ୍ୟା
ଜୟପୁର, ୨୪ ଫେବୃଆରୀ (ହି.ସ.)- ନିଖୋଜ ମା ପୁଅଙ୍କ ମୃତଦେହ ଉଦ୍ଧାର ହୋଇଛି l ଗତ ୨୧ ତାରିଖ ଦିନ ବୋରିଗୁମ୍ମା ଥାନାରେ ମା ଓ ପୁଅ ନିଖୋଜ ନେଇ ଅଭିଯୋଗ ହୋଇଥିଲା l ଏବେ ସେହି ନିଖୋଜ ଘଟଣାରେ ଅଲଗା ରୂପ ଦେଖିବାକୁ ମିଳିଛି। ସୋମବାର କୋଟପଡ଼ ଥାନା ଅଞ୍ଚଳ ଏକ କେନାଲ ଭିତରୁ ବସ୍ତା ଭିତରେ ବନ୍ଧା ହ
ପ୍ରେମ ପାଇଁ ମା ଓ ଭାଇକୁ_ହତ୍ୟା


ପ୍ରେମ ପାଇଁ ମା ଓ ଭାଇକୁ_ହତ୍ୟା


ଜୟପୁର, ୨୪ ଫେବୃଆରୀ (ହି.ସ.)-

ନିଖୋଜ ମା ପୁଅଙ୍କ ମୃତଦେହ ଉଦ୍ଧାର ହୋଇଛି l ଗତ ୨୧ ତାରିଖ ଦିନ ବୋରିଗୁମ୍ମା ଥାନାରେ ମା ଓ ପୁଅ ନିଖୋଜ ନେଇ ଅଭିଯୋଗ ହୋଇଥିଲା l

ଏବେ ସେହି ନିଖୋଜ ଘଟଣାରେ ଅଲଗା ରୂପ ଦେଖିବାକୁ ମିଳିଛି।

ସୋମବାର କୋଟପଡ଼ ଥାନା ଅଞ୍ଚଳ ଏକ କେନାଲ ଭିତରୁ ବସ୍ତା ଭିତରେ ବନ୍ଧା ହୋଇ ନିଖୋଜ ପୁଅର ଶବ ଉଦ୍ଧାର ହୋଇଥିବା ବେଳେ ମଙ୍ଗଳବାର ସକାଳୁ ମା'ଙ୍କ ମୃତଦେହ ଜୟନ୍ତଗିରି ନିକଟସ୍ଥ କେନାଲରୁ ଉଦ୍ଧାର ହୋଇଛି। ଏପରି ଘଟଣାକୁ ନେଇ ଅନେକ ସନ୍ଦେହ ସୃଷ୍ଟି ହୋଇଛି l

ପ୍ରେମ ପାଇଁ ଏ ହତ୍ୟାକାଣ୍ଡ କି ବୋଲି ପ୍ରଶ୍ନ ଉଠୁଛି l

ପ୍ରେମ ପାଇଁ ଜନ୍ମ ଦେଇଥିବା ମାଆ ଓ ଭାଇକୁ ପ୍ରେମିକ ସହ ମିଶି ମାରିଦେଲା କି ଯୁବତୀ ? ମୃତ ଭାଇ ଏହେମ ପରିଡ଼ା ଓ ମା ଅନୁଷ୍କା ପରିଡାଙ୍କ ଶବ ଉଦ୍ଧାର ହୋଇଛି। ମା ଓ ପୁଅଙ୍କ ଶବ ଉଦ୍ଧାର ପରେ ବୋରିଗୁମ୍ମାରେ ଚାଞ୍ଚଲ୍ୟ ଖେଳିଯାଇଛି। ଯୁବତୀ ଜଣକ ସ୍ଥାନୀୟ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ। ଏହି ପ୍ରେମ ସମ୍ପର୍କକୁ ବିରୋଧ କରିଥିଲେ ତାଙ୍କ ମାଆ ଓ ଭାଇ। ଏଥିପାଇଁ ପ୍ରେମିକଙ୍କ ସହ ମିଶି ନିଜ ମା ଓ ଭାଇକୁ ହତ୍ୟା କରି କେନାଲରେ ଫିଙ୍ଗି ଦେଇଥିବା ପୋଲିସ ସନ୍ଦେହ କରୁଛି l

ଏହି ଘଟଣାରେ ଯୁବତୀ ଏବଂ ତାଙ୍କ ପ୍ରେମିକକୁ ଅଟକ ରଖି ଅଧିକ ପଚରା ଉଚରା କରୁଛି ପୋଲିସ।

ଖୁବ ଶୀଘ୍ର ଏହି ହତ୍ୟା ଘଟଣାର ପର୍ଦାଫାଶ ହେବ ବୋଲି ବୋରିଗୁମ୍ମା ଏସଡିପିଓ ସତ୍ୟବ୍ରତ ଲେଙ୍କା ସୂଚନା ଦେଇଛନ୍ତି।

କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅଞ୍ଚଳରେ ଗତ ୧୮ ତାରିଖରେ ଘଟିଥିବା ଏହି ଚାଞ୍ଚଲ୍ୟକର ଘଟଣା ଉପରେ ନିଖୋଜ ମାମଲା ବଦଳିଗଲା ସୁଚିନ୍ତିତ ହତ୍ୟା ମାମଲାରେ | ବସ୍ତା ଭିତରୁ ମିଳିଲା ମା ଓ ପୁଅର ଶବ | ପୋଲିସ କହିଲା ହୋଇ ଥାଇପାରେ ହତ୍ୟା |

ସୂଚନା ମୁତାବକ, ଭଉଣୀର ପ୍ରେମକୁ ବିରୋଧ କରିବାରୁ ଆରମ୍ଭ ହୋଇଥିଲା ଏହି ସୁଚିନ୍ତିତ ହତ୍ୟା ମାମଲାର ବଡ ଷଡଯନ୍ତ୍ର | ସାମିଲ ହୋଇଥିଲେ ପ୍ରେମିକା, ପ୍ରେମିକଙ୍କ ସହ ଆଉ ଜଣେ ବନ୍ଧୁ |

ଅନ୍ୟପଟେ ଆଜି ପୋଲିସ ଉଭୟଙ୍କ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଥିବା ବେଳେ ଅଟକ ରଖି ଜେରା କରିଥିଲା ଉଭୟ ପ୍ରେମିକା, ପ୍ରେମିକ ଓ ଅନ୍ୟ ଜଣ ବନ୍ଧୁଙ୍କୁ | ଗତ ୧୮ ତାରିଖ ରାତିରେ ହିଁ ହୋଇଥିଲା ଏହି ହତ୍ୟାକାଣ୍ଡ । ନିଜ ଘରେ ପ୍ରେମିକଙ୍କ ସହାୟତାରେ ମାଆ ଓ ଭାଇକୁ ହତ୍ୟା କରିଥିଲେ ଯୁବତୀ। ଏହି ଘଟଣାକୁ ଲୁଚେଇବା ପାଇଁ ଉଭୟଙ୍କ ଶବକୁ ବସ୍ତାରେ ବାନ୍ଧି ଏକ ସ୍କୁଟି ଯୋଗେ ଜୟନ୍ତୀ ଗିରି କେନାଲରେ ଫିଙ୍ଗି ଦେଇଥିଲେ। ଘଟଣାର ଦୁଇ/ତିନି ପରେ ଗତ ୨୧ ତାରିଖ ଦିନ ଯୁବତୀଙ୍କ ମାମୁଁ ଏ ସମ୍ପର୍କରେ ବୋରିଗୁମ୍ମା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପୋଲିସ ଘଟଣାର ଛାନଭିନ ଆରମ୍ଭ କରିଥିଲା। ଗତକାଲି ମୃତ ଭାଇଙ୍କ ଶବ କେନାଲ ପାଣିରେ ବସ୍ତା ଭିତରେ ବନ୍ଧା ହୋଇ ଭାସୁଥିବା ବେଳେ ଉଦ୍ଧାର କରିଥିଲା।ଶବ ଉଦ୍ଧାର ପରେ ପୋଲିସ ଜାଣିବାକୁ ପାଇଲା ଏହା ଏକ ହତ୍ୟାକାଣ୍ଡ। ପ୍ରେମ ପାଇଁ ହୋଇଛି ଏହି ହତ୍ୟାକାଣ୍ଡ। ପୋଲିସର ତଦନ୍ତ ପରେ ସାମ୍ନାକୁ ଆସିଥିଲା ହତ୍ୟା ଷଡଯନ୍ତ୍ରର ଅସଲ ସତ | ପ୍ରେମ ସମ୍ପର୍କକୁ ବିରୋଧ କରିବାରୁ ମିଳିମିଶି ରଚିଥିଲେ ହତ୍ୟା ଷଡଯନ୍ତ୍ର | ପ୍ରେମ ପାଇଁ ନିଜ ମାଆ ଓ ଭାଇଙ୍କ ଜୀବନ ନେବା ପାଇଁ ପଛେଇ ନାହାନ୍ତି ଯୁବତୀ।ତମାମ ହତ୍ୟା ଘଟଣାର ସିନ ରିକ୍ରିଏସନ ପରେ ପୋଲିସ ହତ୍ୟା ଘଟଣାର ପର୍ଦାଫାସ କରିବ ବୋଲି ସୂଚନା ମିଳିଛି l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande