କେସିସିର ଯୁବ କର୍ମଚାରୀଙ୍କ ପରଲୋକ
କେନ୍ଦ୍ରାପଡ଼ା,୨୪ ଫେବୃଆରୀ(ହି.ସ.) – କେନ୍ଦ୍ରାପଡା କ୍ରେଡିଟ କୋ ଅପରେଟିଭ ସୋସାଇଟର ଯୁବ କର୍ମଚାରୀ ସେକ କମରୁଲ ହକ (୩୮)ଙ୍କ ପରଲୋକ ହୋଇଯାଇଛି। କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ବଡହାଟ ଗ୍ରାମର ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଡ଼ଃ ସେକ ସମସୁରଙ୍କ ପୁତ୍ର ସେକ କମରୁଲ ଦୀର୍ଘଦିନ ହେଲା ଶଯ୍ୟାଶାୟୀ ଥିଲ
-----------କେସିସି ର ଯୁବ କର୍ମଚାରୀଙ୍କ ପରଲୋକ


କେନ୍ଦ୍ରାପଡ଼ା,୨୪ ଫେବୃଆରୀ(ହି.ସ.) – କେନ୍ଦ୍ରାପଡା କ୍ରେଡିଟ କୋ ଅପରେଟିଭ ସୋସାଇଟର ଯୁବ କର୍ମଚାରୀ ସେକ କମରୁଲ ହକ (୩୮)ଙ୍କ ପରଲୋକ ହୋଇଯାଇଛି। କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ବଡହାଟ ଗ୍ରାମର ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଡ଼ଃ ସେକ ସମସୁରଙ୍କ ପୁତ୍ର ସେକ କମରୁଲ ଦୀର୍ଘଦିନ ହେଲା ଶଯ୍ୟାଶାୟୀ ଥିଲେ। ଗତକାଲି ଏକ ଘରୋଇ ନର୍ସିଂହୋମ ରେ ତାଙ୍କର ପରଲୋକ ହୋଇ ଯାଇଛି। ପରଲୋକର ଖବର ପାଇ କେନ୍ଦ୍ରାପଡା କ୍ରେଡିଟ କୋ ଅପରେଟିଭ ସୋସାଇଟର ସଭାପତି ପ୍ରମୋଦ କୁମାର ସାହୁ, ସଂପାଦକ ଅରବିନ୍ଦ ସାହୁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରି ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande