
ବଲାଙ୍ଗିର, ୨୪ ଫେବୃଆରୀ (ହି.ସ.)- ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଅଂଚଳରେ ସୋମବାର ରାତିରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି । କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଓ ପବନ ହୋଇଛି । ତେବେ ଏହି ଅଦିନିଆ ବର୍ଷାରେ ବ୍ୟାପକ ଫସଲ ହାନି ହୋଇଥିବା ବେଳେ ମଣ୍ଡିରେ ଖୋଲାରେ ପଡିଥିବା ବସ୍ତା ବସ୍ତା ଧାନ ଭିଜି ଯାଇଛି । ଯାହାକୁ ନେଇ ଚାଷୀମାନେ ଚିନ୍ତା ବ୍ୟକ୍ତ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ