ବିନିକାରେ କାଳବୈଶାଖୀ : ଘରର ଛପର ଉଡିଲା, ଚାଷ ଉଜୁଡିଲା
ସୁବର୍ଣ୍ଣପୁର, ୨୪ ଫେବୃଆରୀ (ହି.ସ.)- ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଅଂଚଳରେ ସୋମବାର ରାତିରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି । କାଳବୈଶାଖୀ ପ୍ରଭାବରେ ଲୋକଙ୍କ ଘରର ଛପର ଉଡି ଯାଇଛି, ଚାଷ ଉଜୁଡିଛି । ବିନିକା ବ୍ଲକ୍ ର ବିଭିନ୍ନ ଗ୍ରାମରେ ଝଡ଼ ତୋଫାନ ହେବା ସହିତ କୁଆପଥର ବର୍ଷା ଯୋଗୁଁ ଅ
ବିନିକାରେ କାଳବୈଶାଖୀ : ଘରର ଛପର ଉଡିଲା, ଚାଷ ଉଜୁଡିଲା


ସୁବର୍ଣ୍ଣପୁର, ୨୪ ଫେବୃଆରୀ (ହି.ସ.)- ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଅଂଚଳରେ ସୋମବାର ରାତିରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି । କାଳବୈଶାଖୀ ପ୍ରଭାବରେ ଲୋକଙ୍କ ଘରର ଛପର ଉଡି ଯାଇଛି, ଚାଷ ଉଜୁଡିଛି ।

ବିନିକା ବ୍ଲକ୍ ର ବିଭିନ୍ନ ଗ୍ରାମରେ ଝଡ଼ ତୋଫାନ ହେବା ସହିତ କୁଆପଥର ବର୍ଷା ଯୋଗୁଁ ଅନେକ ସ୍ଥାନରେ ଗଛ ଭାଙ୍ଗିଛି । ବିଶେଷ କରି ଚାଷୀଙ୍କ ପନିପରିବା, ଧାନ ଫସଲ ନଷ୍ଟ ହୋଇଛି । ବର୍ଷା ଓ ପବନ ଯୋଗୁଁ ଅନେକ ସ୍ଥାନରେ ଘରର ଚାଳଛପର ଓ ଆଜବେଷ୍ଟସ୍ ଉଡି ଯାଇଛି । ଫଳରେ ଗରିବ ଲୋକମାନେ କ୍ଷତିର ସମ୍ମୁଖୀନ ହୋଇଛନ୍ତି । ତୁରନ୍ତ ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଇ ବିପନ୍ନଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହେଉଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande