
ମାଲକାନଗରି, ୨୪ ଫେବୃଆରୀ (ହି.ସ.)- ଗତକାଲି ରାତିରେ କୌଣସି ସୂତ୍ରରୁ ଖବର ପାଇ କାଲିମେଳା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଭୁ ଦତ୍ତ ବିଶ୍ଵାଳଙ୍କ ତତ୍ୱାବଧାନରେ ଏସଆଇ ବିଷ୍ଣୁ ପ୍ରସାଦ ଶବରଙ୍କ ନେତୃତ୍ଵରେ ମାନ୍ୟମକୋଣ୍ଡା ପଞ୍ଚାୟତର ଗୁଣ୍ଠାବେଡା ଗ୍ରାମରେ ଚଢଉ କରି ୩୭୫ କିଲୋଗ୍ରାମ ଗଂଜେଇ ଜବତ କରିବାରେ ସଫଳ ହୋଇଥିଲେ | ଏହି ଚାଲାଣରେ ସମ୍ପୃକ୍ତ ଘଷି ଗଲାରୀ ଏବଂ ମହାଦେବ ମାଝୀଙ୍କୁ ଗିରଫ କରାଯାଇଛି | ଆଜି କାଲିମେଳା ଥାନା କେଶ ନମ୍ବର ୪୩/୨୬ ତା -୨୩/୦୨/୨୦୨୬ ଏବଂ ୟୁ /ଏସ ୨୦(ବି)(ଆଇ ଆଇ)(ସି) ଏନ ଡି ପି ଏସ ଆକ୍ଟ ୧୯୮୫ ଅନୁଯାଇ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି |
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ