ଏମଏସ ସ୍ବାମୀନାଥନ ଗବେଷଣା ପ୍ରତିଷ୍ଠାନ ତରଫରୁ ଅନ୍ତର୍ଜାତୀୟ ମହିଳା କୃଷକ ବର୍ଷ ପାଳିତ
ଜୟପୁର, ୨୪ ଫେବୃଆରୀ (ହି.ସ.)- କୋରାପୁଟ ଜିଲ୍ଲା ବୈପାରୀଗୁଡା ସଦର ମହକୁମା ସ୍ଥିତ କୃଷି ବିଭାଗ କାର୍ଯାଳୟ ପରିସରରେ ଥିବା ସଭାଗୃହରେ ଏମ ଏସ ସ୍ୱାମୀନାଥନ ସ୍ଵେଛାସେବୀ ଅନୁଷ୍ଠାନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା କୃଷକ ବର୍ଷ ୨୦୨୬ ପାଳିତ ହୋଇଯାଇଛି l ମିଳିତ ଜାତିସଂଘ ଦ୍ୱାରା ୨୦୨୬ ବର୍ଷକୁ ଅନ୍ତର୍ଜା
ଏମଏସ ସ୍ବାମୀ ନାଥନ ଗବେଷଣା ପ୍ରତିଷ୍ଠାନ ତରଫରୁ ଅନ୍ତର୍ଜାତୀୟ ମହିଳା କୃଷକ ବର୍ଷ ପାଳିତ


ଜୟପୁର, ୨୪ ଫେବୃଆରୀ (ହି.ସ.)-

କୋରାପୁଟ ଜିଲ୍ଲା ବୈପାରୀଗୁଡା ସଦର ମହକୁମା ସ୍ଥିତ କୃଷି ବିଭାଗ କାର୍ଯାଳୟ ପରିସରରେ ଥିବା ସଭାଗୃହରେ ଏମ ଏସ ସ୍ୱାମୀନାଥନ ସ୍ଵେଛାସେବୀ ଅନୁଷ୍ଠାନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା କୃଷକ ବର୍ଷ ୨୦୨୬ ପାଳିତ ହୋଇଯାଇଛି l ମିଳିତ ଜାତିସଂଘ ଦ୍ୱାରା ୨୦୨୬ ବର୍ଷକୁ ଅନ୍ତର୍ଜାତୀୟ ମହିଳା କୃଷକ ବର୍ଷ ଭାବେ ଘୋଷଣା କରାଯାଇଛି, ଯାହାର ଲକ୍ଷ୍ୟ କୃଷିକ୍ଷେତ୍ରରେ ମହିଳାଙ୍କ ଅବଦାନକୁ ସ୍ୱୀକୃତି ଦେବା ଏବଂ ସେମାନଙ୍କୁ ସଶକ୍ତ କରିବା l ଏହି ଅବସରରେ ମହିଳା ଚାଷୀଙ୍କୁ ଆତ୍ମନିର୍ଭରଶୀଳ କରିବା, ପୁଷ୍ଟିଶସ୍ୟ ଚାଷକୁ ପ୍ରୋତ୍ସାହନ ଏବଂ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ବେଳେ ଆଜି ଏମ.ଏସ. ସ୍ବାମୀନାଥନ ଗବେଷଣା ପ୍ରତିଷ୍ଠାନ ତରଫରୁ ବୈପାରୀଗୁଡା ଠାରେ ଏକ ବ୍ଲକ ସ୍ତରୀୟ କର୍ମଶାଳାର ଆୟୋଜନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ମୁଖ୍ୟ ପ୍ରକଳ୍ପ ପ୍ରଶାସିକା ତୃପ୍ତି ବାରାହୀ, ବ୍ଲକ ଉପାଧ୍ୟକ୍ଷା ପୁର୍ଣିମା ବାରିକ, କୋରାପୁଟ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ସନ୍ତୋଷ କୁମାର ଦଳ ବେହରା, ଜିଲ୍ଲା କୃଷି ଅଧିକାରୀ ଜୟପୁର ଲୋଲାଟେନ୍ଦୁ ମହାପାତ୍ର, ବୈପାରୀଗୁଡା ସହକାରୀ କୃଷି ଅଧିକାରୀ ନନ୍ଦୁ ଜାନି, ସମନ୍ୱିତ ଶିଶୁ ବିକାଶ ଯୋଜନା କ୍ଷେତ୍ର ପରିଦର୍ଶିକା ଲାଲମତି ସରକାର, ମାଣ୍ଡିଆ ରାଣୀ, ଡ଼ାକ୍ତର ରାଇମତି ଘିଉରିଆ, ସ୍ୱାମୀନାଥନର ଜେଣ୍ଡର ଏକ୍ସପର୍ଟ ସୂର୍ଜିତା ତୁରକ ପ୍ରମୁଖ ଉପସ୍ଥିତ ଥିଲେ l

ବ୍ଲକର ବିଭିନ୍ନ ପଂଚାୟତରୁ ପ୍ରାୟ ସତୁରି ମହିଳା ଚାଷୀ ଏଥିରେ ଯୋଗ ଦେଇଥିଲେ l ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ ସମସ୍ତ କର୍ମକର୍ତା ସହଯୋଗ କରିଥିବା ବେଳେ ସଂଯୋଜକ ଅନ୍ତର୍ଯ୍ୟାମୀ ବିଶୋଇ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande