“ମାତୃଭାଷା ପ୍ରେମରେ ଗଢ଼ୁ ନୂଆ ପିଢ଼ି, ଶକ୍ତିଶାଳୀ ହେଉ ସଂସ୍କୃତି।”
ବଲାଙ୍ଗିର, 24 ଫେବ୍ରୁଆରି (ହି.ସ.) ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ତୁଷୁରା ଏନ୍ଏସି କ୍ଲଷ୍ଟରରେ ଥିବା ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି। ପ୍ରଧାନ ଶିକ୍ଷକ ଆଶୁକବି ଡ. ହେମନ୍ତ କୁମାର ଦାଶ କାର୍ଯ୍ୟକ୍ରମକୁ ଉଦ୍ଘା
*“ମାତୃଭାଷା ପ୍ରେମରେ ଗଢ଼ୁ ନୂଆ ପିଢ଼ି, ଶକ୍ତିଶାଳୀ ହେଉ ସଂସ୍କୃତି।”*


*“ମାତୃଭାଷା ପ୍ରେମରେ ଗଢ଼ୁ ନୂଆ ପିଢ଼ି, ଶକ୍ତିଶାଳୀ ହେଉ ସଂସ୍କୃତି।”*


ବଲାଙ୍ଗିର, 24 ଫେବ୍ରୁଆରି (ହି.ସ.)

ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ତୁଷୁରା ଏନ୍ଏସି କ୍ଲଷ୍ଟରରେ ଥିବା ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି। ପ୍ରଧାନ ଶିକ୍ଷକ ଆଶୁକବି ଡ. ହେମନ୍ତ କୁମାର ଦାଶ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି କବିତା ମାଧ୍ୟମରେ ଶିଶୁଙ୍କୁ ଉଦ୍ବୋଧନ ଦେଇ କହିଥିଲେ-

“ମାତୃଭାଷା ପ୍ରେମରେ ଗଢ଼ୁ ନୂଆ ପିଢ଼ି, ଶକ୍ତିଶାଳୀ ହେଉ ସଂସ୍କୃତି।” ଏହି ଅବସରରେ ଶିଶୁମାନଙ୍କ ମଧ୍ୟରେ କବିତା, ଗଳ୍ପ କଥନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଶେଷରେ ସମ୍ବିଧାନର ପ୍ରସ୍ତାବନା ଓ ମାତୃଭାଷା ଦିବସ ଉପଲକ୍ଷେ ଶପଥ ପାଠ କରିଥିଲେ। ସହକାରୀ ଶିକ୍ଷୟିତ୍ରୀ ବିନ୍ଦୁ ମାହାଣା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଶାନ୍ତି ଦାସ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଓ ରଞ୍ଜିତା ନାଗ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଅଭିଭାବକ ଅଭିଭାବିକା ଓ ପରିଚାଳନା ସମିତି ସଦସ୍ୟ ସଦସ୍ୟା ଅଂଶଗ୍ରହଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande