ଆସନ୍ତା ୨୬ରେ ରାଇରଙ୍ଗପୁର ଠାରେ ଅନୁଷ୍ଠିତ ହେବ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା
ରାଇରଙ୍ଗପୁର, ୨୪ ଫେବୃଆରୀ (ହି.ସ.)- ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନଙ୍କ ସହଯୋଗରେ ଆସନ୍ତା ୨୬ ତାରିଖ ଦିନ ରାଇରଙ୍ଗପୁର ବ୍ଲକ ନିକଟସ୍ଥ ରାଇରଙ୍ଗପୁର କଲେଜ ପଡିଆ ଠାରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳାର ଆୟୋଜନ କରାଯାଉଅଛି l ଉକ୍ତ ନିଯୁକ୍ତି ମେଳାରେ ରାଜ୍ୟ ଓ ରାଜ୍
ଆସନ୍ତା ୨୬ରେ ରାଇରଙ୍ଗପୁର ଠାରେ ଅନୁଷ୍ଠିତ ହେବ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା


ରାଇରଙ୍ଗପୁର, ୨୪ ଫେବୃଆରୀ (ହି.ସ.)-

ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନଙ୍କ ସହଯୋଗରେ ଆସନ୍ତା ୨୬ ତାରିଖ ଦିନ ରାଇରଙ୍ଗପୁର ବ୍ଲକ ନିକଟସ୍ଥ ରାଇରଙ୍ଗପୁର କଲେଜ ପଡିଆ ଠାରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳାର ଆୟୋଜନ କରାଯାଉଅଛି l ଉକ୍ତ ନିଯୁକ୍ତି ମେଳାରେ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରାୟ ୫୦ଟି ନିଯୁକ୍ତିଦାତା/ଅନୁଷ୍ଠାନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି I

ଏହି ନିଯୁକ୍ତି ମେଳାରେ ଜିଲ୍ଲାର ସମସ୍ତ ବ୍ଲକ ଓ ସହରାଞ୍ଚଳର ଶିକ୍ଷିତ ବେକାର ଯୁବକ ଓ ଯୁବତୀମାନେ ଅଂଶ ଗ୍ରହଣ କରିପାରିବେ I ଉକ୍ତ ନିଯୁକ୍ତି ମେଳାରେ ଶିକ୍ଷାଗତ ଯୋଗ୍ୟତା ୫ମ ଶ୍ରେଣୀ ପାସ୍ ଠାରୁ ୧୦ମ, +୨, +୩, ଆଇ.ଟି. ଆଇ. ଓ ଡିପ୍ଲୋମା ପାସ୍ କରିଥିବା ପ୍ରାର୍ଥୀ ମାନେ ଅଂଶଗ୍ରହଣ କରିପାରିବେ ଏବଂ ପ୍ରାର୍ଥୀଙ୍କ ବୟସ ସୀମା ୧୮ ବର୍ଷରୁ ଉର୍ଦ୍ଧ୍ଵ ହୋଇଥିବା ଆବଶ୍ୟକ ବୋଲି ଜିଲ୍ଲା ନିୟୋଜନ ଅଧିକାରୀଙ୍କ ଠାରୁ ପ୍ରକାଶ।

ଏଣୁ ଇଚ୍ଛୁକ ଯୁବକ ଓ ଯୁବତୀ ମାନେ ସେମାନଙ୍କର ନିଜ ନିଜର ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଓ ଆଧାରକାର୍ଡ଼ ସାଙ୍ଗରେ ଆଣି ଉପରୋକ୍ତ ଦିନରେ ଅନୁଷ୍ଠିତ ହେବାକୁ ଥିବା ନିଯୁକ୍ତି ମେଳାରେ ସକାଳ ୧୦ଟାରୁ ଅପରାହ୍ନ ୩ଟା ମଧ୍ୟରେ ଯୋଗଦେଇ ବେସରକାରୀ ସ୍ତରରେ ଥିବା ନିଯୁକ୍ତିର ସୁଯୋଗ ନେବାକୁ ଜିଲ୍ଲା ପ୍ରଶାସନ, ମୟୂରଭଞ୍ଜ ପକ୍ଷରୁ ପରାମର୍ଶ ଦିଆଯାଉଛି।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande