ଆଗାମୀ ୨୪ ଘଂଟା ମଧ୍ୟରେ ଘନ କୁହୁଡ଼ି ନେଇ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର, ୨୪ ଫେବୃଆରୀ (ହି.ସ.)- ଆଗାମୀ ୨୪ ଘଂଟା ଅର୍ଥାତ୍ ୨୫ ତାରିଖ ସକାଳ ସୁଦ୍ଧା ଭୋର୍ କିମ୍ବା ସକାଳ ସମୟରେ ଘନ କୁହୁଡ଼ି ନେଇ ରାଜ୍ୟର ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହି ଜିଲ୍ଲା ଗୁଡିକ ହେଲା ଜଗତସିଂହପୁର, ଖୋର୍ଦ୍ଧା, ପୁରୀ । ଏସବୁ ସ୍ଥାନରେ କୁହୁଡ଼ିର ଦୃଶ
ଆଗାମୀ ୨୪ ଘଂଟା ମଧ୍ୟରେ ଘନ କୁହୁଡ଼ି ନେଇ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ


ଭୁବନେଶ୍ୱର, ୨୪ ଫେବୃଆରୀ (ହି.ସ.)- ଆଗାମୀ ୨୪ ଘଂଟା ଅର୍ଥାତ୍ ୨୫ ତାରିଖ ସକାଳ ସୁଦ୍ଧା ଭୋର୍ କିମ୍ବା ସକାଳ ସମୟରେ ଘନ କୁହୁଡ଼ି ନେଇ ରାଜ୍ୟର ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହି ଜିଲ୍ଲା ଗୁଡିକ ହେଲା ଜଗତସିଂହପୁର, ଖୋର୍ଦ୍ଧା, ପୁରୀ । ଏସବୁ ସ୍ଥାନରେ କୁହୁଡ଼ିର ଦୃଶ୍ୟମାନ ଦୂରତା ୫୦ ମିଟରରୁ ୨୦୦ ମିଟର ମଧ୍ୟରେ ରହିପାରେ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande