ଝାମିଯାତ୍ରା ପାଇଁ ଉତ୍ସବ ମୁଖର ଜୟପୁର
ଜୟପୁର, ୨୪ ଫେବୃଆରୀ (ହି.ସ.)-ଝାମିଯାତ୍ରା ପାଇଁ ଉତ୍ସବ ମୁଖର ହୋଇଛି ଜୟପୁର । ଝାମି ଯାତ୍ରାରେ ସୀରଲୀ ଦେବୀଙ୍କୁ ପୂଜା କରାଯାଇଥାଏ । ଶିବରାତ୍ର ଠାରୁ ଆରମ୍ଭ ହୋଇଥାଏ ଏହି ଯାତ୍ରାର ପ୍ରସ୍ତୁତି । ଶିବରାତ୍ର ଦିନ ଶିବ ମନ୍ଦିରରେ ଏକ ପୂଜା କରାଯାଇଥାଏ । ପରେ ଝାମି ଦେବୀଙ୍କ ଆଜ୍ଞାମାଳ ଅଣାଯାଇ ଗୋଟି
ଝାମିଯାତ୍ରା ପାଇଁ ଉତ୍ସବ ମୁଖର ଜୟପୁର


ଝାମିଯାତ୍ରା ପାଇଁ ଉତ୍ସବ ମୁଖର ଜୟପୁର


ଜୟପୁର, ୨୪ ଫେବୃଆରୀ (ହି.ସ.)-ଝାମିଯାତ୍ରା ପାଇଁ ଉତ୍ସବ ମୁଖର ହୋଇଛି ଜୟପୁର । ଝାମି ଯାତ୍ରାରେ ସୀରଲୀ ଦେବୀଙ୍କୁ ପୂଜା କରାଯାଇଥାଏ । ଶିବରାତ୍ର ଠାରୁ ଆରମ୍ଭ ହୋଇଥାଏ ଏହି ଯାତ୍ରାର ପ୍ରସ୍ତୁତି । ଶିବରାତ୍ର ଦିନ ଶିବ ମନ୍ଦିରରେ ଏକ ପୂଜା କରାଯାଇଥାଏ । ପରେ ଝାମି ଦେବୀଙ୍କ ଆଜ୍ଞାମାଳ ଅଣାଯାଇ ଗୋଟିଏ ବାଳକକୁ ହଳଦି ଲଗାଯାଇ ସଜ୍ଜିତ କରାଯାଇଥାଏ ଏବଂ ଏକ ଶୋଭାଯାତ୍ରାରେ ବାଜା ବଜାଇ ସହର ପରିକ୍ରମା କରାଯାଇ ଥାଏ । ଏହି ପୂଜା ପାଇଁ ବିଶେଷ କରି ତେଲୁଗୁ ସଂମ୍ପ୍ରଦାୟର ଲୋକ ବେଶି ଆସୁଥିବା ବେଳେ ଅନ୍ୟ ସଂମ୍ପ୍ରଦାୟର ଲୋକଙ୍କ ଭିଡ ମଧ୍ୟ ଜମିଥାଏ । ଜୟପୁର, ବୈପାରିଗୁଡା, ବୋରିଗୁମ୍ମା, କୋଟପାଡ ସହ ନବରଙ୍ଗପୁର, ମାଲକାନଗିରି, କୋରାପୁଟ ସହ ବହୁ ସ୍ଥାନରୁ ଭକ୍ତ ମାନେ ଏହି ଯାତ୍ରା ଦେଖିବାକୁ ଆସନ୍ତି । ହାତରେ ନଡିଆ, କଦଳି, ଫୁଲ ସହ ଝାମି ଦେବିଙ୍କ ପାଖରେ ମାନସିକ ଥିବା ଲୋକମାନେ ନିଜ ଇଛାରେ ବହୁ ଉପହାର ମଧ୍ୟ ସେଠାରେ ଦାନ କରିଥାନ୍ତି । ପରେ ରାତ୍ର ୧୨ଟାରେ ପରମ୍ପରା ଅନୁଯାୟୀ ଲାଲ ଘରକୁ ଯାଇ ଝାମି ଦେବି ଫେରିଥାନ୍ତି ପିଠକୁ । ସୀରଲୀ ଦେବୀଙ୍କ ଦର୍ଶନ କରି ମୁଆଁ, ରାଶି ଖଜା ଆଦି କ୍ରୟ କରି ଯିବାର ପରମ୍ପରା ରହିଛି । ମାରାତ୍ମକ ରୋଗରୁ ମୁକ୍ତି ପାଇବା ପାଇଁ ରାଜ ରାଜୁଡା ଅମଳରୁ ଜୟପୁରରେ ପାଳିତ ହୋଇଆସୁଛି ଝାମିଯାତ୍ରା । ଲୋକଙ୍କ ବିଶ୍ୱାସ ଓ ପରମ୍ପରାକୁ ନେଇ ଏହି ଯାତ୍ରା ପାଳିତ ହୋଇ ଆସୁଅଛି । ଶିବରାତ୍ର ପରେ ଫାଲଗୁନ ମାସ ଶୁକ୍ଲପକ୍ଷ ନବମୀ ତିଥି ଅନୁଯାୟୀ ମଙ୍ଗଳବାର ଝାମି ଦେବୀଙ୍କୁ ଜୟପୁର ବାଙ୍କମଠ ଠାରେ ଅସ୍ଥାୟୀ ରୁପେ ଏକ ମଣ୍ଡପ କରାଯାଇ ପୁଜା କରାଯାଇଛି । ଶିବରାତ୍ରରେ ମହାଦେବଙ୍କ ଦର୍ଶନ କରିବା ପରେ ସ୍ଥାନୀୟ ପୁଜକ ପରିବାର ବାଜା ଓ ଫୁଲ ଚାଙ୍ଗୁଡି ଧରି ସହରର ସାହି ସାହି ଘରେ ହଳଦୀ ଓ ନିମ୍ବପତ୍ର ଭଗବାନଙ୍କ ଆଶୀର୍ବାଦ ଭାବେ ବାଣ୍ଟିଥାନ୍ତି । ଏହାକୁ ମୁଣ୍ଡରେ ଟିକା ଭାବେ ମଧ୍ୟ ନିଅନ୍ତି । ଶୁକ୍ଲପକ୍ଷ ନବମୀରେ ଝାମିଦେବୀଙ୍କୁ ଗୋପବନ୍ଧୁ ନଗର ସ୍ଥିତ ପୁଜକଙ୍କ ଘରୁ ପୀଠରୁ ଢାମ୍ପ ବାଜା ବଜାଇ ଅଣାଯାଇ ଅସ୍ଥାୟୀ ଭାବେ ସ୍ଥାପନ କରାଯାଇ ପୁଜାର୍ଚ୍ଚନା କରାଯାଏ । ମାନସିକ ରଖି ଭକ୍ତ ମାନେ ଫୁଲ ଝାଡୁ, କୁକୁଡା ଅଣ୍ଡା, ନଡିଆ, କଦଳୀ, ଫୁଲ ଦେବୀଙ୍କୁ ସମର୍ପଣ କରିଥାନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande